ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ମାତୃ ବିୟୋଗ: ବିଜେପି ପକ୍ଷରୁ ଗଭୀର ଶୋକ

0

ଭୁବନେଶ୍ୱର: ବିଜେପି ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ମାତା ଶ୍ରୀମତୀ ସୁହାସିନୀ ପାଇକରାୟଙ୍କ ଭୂବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୮୧ ବର୍ଷ ବୟସରେ ଦେହାନ୍ତ ଘଟିଛି ।
ଅତ୍ୟନ୍ତ ନମ୍ର, ମେଳାପୀ, ମିଷ୍ଟଭାଷୀ ସ୍ୱର୍ଗତଃ ପାଇକରାୟ ଜଣେ ଧର୍ମପରାୟଣା ଏବଂ ସମାଜସେବୀ ଭାବେ ସ୍ଥାନୀୟ ଅଂଚଳରେ ଜଣାଶୁଣା ଥିଲେ । ସ୍ୱଚ୍ଛତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିବା ସ୍ୱର୍ଗତଃ ପାଇକରାୟ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଝିଅପିଲାମାନଙ୍କ ଅଗ୍ରାଧିକାରକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଶେଷ ନିଶ୍ୱାସ ତ୍ୟାଗ ସମୟରେ ତାଙ୍କ ୨ ପୁଅ, ୪ ଝିଅ, ବୋହୁ, ଜ୍ୱାଇଁ, ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ଅନ୍ତିମ ସଂସ୍କାର କରାଯାଇଥିଲେ ଏବଂ ବଡ ପୁଅ ସୁଦୀପ୍ତ ରାୟ ମୁଖାଗ୍ନି ଦେଇଥିଲେ ।
ସ୍ୱର୍ଗତାଃ ପାଇକରାୟଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

 

Leave A Reply

Your email address will not be published.