ପଦ୍ମପୁର(ଶାସକ ପ୍ରଶାସକ)-ବୋଡ଼ାସମ୍ବର ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ବରିଷ୍ଠ କଳାକାର, ନାଟ୍ୟ ନିର୍ଦେଶକ, ଲେଖକ, ସମାଜସେବୀ ତଥା ପଦ୍ମପୁରର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ୮୦ ବର୍ଷ ବୟସରେ ସୋମବାର ସ୍ଥାନୀୟ ମେହେର ପଡ଼ାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ଜମିଦାରୀ ସମୟରେ ପଦ୍ମପୁର ସେଟଲମେଣ୍ଟ ଅଧିକାରୀ ଭାବରେ କାର୍ଯ୍ୟ ତୁଲାଇଥିଲେ ,ଏଥିସହ କଳା ଓ ସଂସ୍କୃତି ପ୍ରତି ମଧ୍ୟ ତାଙ୍କର ବିଶେଷ ଆଗ୍ରହ ରହିଥିଲା। ସେ ତାଙ୍କ ପଛରେ ପତ୍ନୀ ପଦ୍ମାବତୀ, ସାତ ପୁଅ ଓ ଝିଅ, ନାତିନାତୁଣୀଙ୍କୁ ଛାଡି ଯାଇଛନ୍ତି। ସେ ଦେଉଳି ଗ୍ରାମରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିକଳ୍ପନାର ପ୍ରତିଷ୍ଠା ପାଇଁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଯାଇଥିଲେ। ତାଙ୍କ ପ୍ରଚେଷ୍ଟାରେ ‘ଚନ୍ଦ୍ରାବତୀ ମେହେର ୟୁଜିଏମ୍ଇ ବିଦ୍ୟାଳୟ’ ତାଙ୍କ ମା’ଙ୍କ ନାମରେ ସ୍ଥାପିତ ହୋଇଛି, ଯଦ୍ବାରା ଶତାଧିକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ପାରୁଛନ୍ତି । ସ୍ଥାନୀୟ ସତ୍ୟସାଇ ମନ୍ଦିର ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ମେହେର ସମାଜର ସଭାପତି ଭାବରେ ସେ ଅନେକ ସାମାଜିକ କାମ କରି ବେଶ୍ ଲୋକପ୍ରିୟ ହୋଇଥିଲେ । ତାଙ୍କର ପୁତ୍ରବଧୂ ମୀନାକ୍ଷି ମେହେଟ ପଦ୍ମପୁର ଏନ୍ଏସିର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ ପୁଅ ପ୍ରୀତମ ମେହେର ମଧ୍ୟ ଏନ୍ଏସି ଅଧ୍ୟକ୍ଷ ଥିଲେ । ମୃତ୍ୟୁଶଯ୍ୟ ନିକଟରେ ପୁଅ ପ୍ରଦୀପ, ପ୍ରୀତମ , ପ୍ରମୋଦ, ପ୍ରକାଶ, ପ୍ରତାପ, ପ୍ରସନ୍ନ , ପ୍ରଦ୍ୟୁମ୍ନ ଓ ଭାଇ ଉମେଶ, ପୁତୁରା ପ୍ରବୀର, ପ୍ରବୀଣ, ସ୍ବରୂପ ଉପସ୍ଥିତ ଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ବର୍ଗଦ୍ବାରଠାରେ ତାଙ୍କଟ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ପୁଅ ପ୍ରଦୀପ ମେହେର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକରଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post