ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ଭୋଇ

0

ପାଟଣାଗଡ଼, (ଯତୀନ୍ଦ୍ର  ନନ୍ଦ ) –  ଭିଜିଲାନ୍ସ ଜାଲରେ ପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱମର ଭୋଇ! ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଳକି ପି.ଇ.ଓ. ବିଶ୍ୱମ୍ବର ଭୋଇଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି!ସୂଚନା ଅନୁସାରେ ଏକକାଳୀନ ପାଟଣାଗଡ଼ସ୍ଥିତ ଗଙ୍ଗାନଗରରେ ଥିବା ବାସଭବନ ସହ ପୈତୃକ ଗାଁ ତମିଆ ଓ ଚଲକି ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି!ସମ୍ବଲପୁର ଭିଜିଲାନ୍ସ ଏସ.ପି. ସାରା ଶର୍ମାଙ୍କ ନିର୍ଦେଶରେ ଚଢ଼ାଉ ହୋଇଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ସମ୍ବଲପୁର,ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ ଚାଲିଛି ! ବିଶ୍ୱମ୍ବର ଭୋଇଙ୍କର କେତେ ଆୟ ବହିର୍ଭୁତ ସମ୍ପତି ଅଛି ସେନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି !!!!

Leave A Reply

Your email address will not be published.