ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇଯାଇଥିବା ରୁ ଦୀର୍ଘ ୨ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା।ଏ ନେଇ ୭ନମ୍ବର ୱାର୍ଡର ଜନସାଧାରଣ ସରପଞ୍ଚ ଠୁ ଆରମ୍ଭ କରି ଗାଇସିଲେଟ ବିଡ଼ିଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଲ ମିଳିନଥିଲା। ଆଜି କୌଣସି କାମରେ ଗାଁ ଗୌନ୍ତିଆ ରାମ ଚନ୍ଦ୍ର ପାତ୍ର ସେହି ୱାର୍ଡକୁ ଆସିଥିଲେ। ସେହି ୱାର୍ଡର ଲୋକେ ଗାଁ ଗୌନ୍ତିଆଙ୍କ ଦୃଷ୍ଟି ଗୋଚର କରିଥିଲେ । ଆଗକୁ ଗଣ ପର୍ବ ନୁଆଁଖାଇକୁ ଦୃଷ୍ଟିରେ ରଖି ନିଜସ୍ଵ ଖର୍ଚ୍ଚରେ ଗୌନ୍ତିଆ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଡ୍ରେନ ମରାମତି କାମ ଆରମ୍ଭ କରିଥିଲେ। ୭ ନମ୍ବର ୱାର୍ଡବାସୀ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ରଙ୍କୁ ଭୂୟସି ପ୍ରସଂଶା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.