ବିଚିତ୍ର ବ୍ୟବସ୍ଥା : ଭୁଲ କରିଛି କିଏ, କାହାମୁଣ୍ଡରେ ଅଠା !

0
  • କାର୍ଯ୍ୟରେ ଅବହେଳା ଦର୍ଶାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କର ଦରମା ବନ୍ଦ

  • ଶିକ୍ଷାନୁଷ୍ଠାନମାନଙ୍କଠାରୁ ସାର୍ଟିପିକେଟ ଯାଂଚର ସୂଚନା ମିଳିବାରେ ବିଳମ୍ବ

ଓଡ଼ଗାଁ,(ଶ୍ରୀକାନ୍ତ କୁମାରମିଶ୍ର):ସମ୍ପ୍ରତି ରାଜ୍ୟରେ ଜାଲ ସାର୍ଟିଫିକେଟ ପ୍ରଦାନ କରି ସରକାରୀ ଚାକିରି ହାତେଇ ଥିବାନେଇ ବିଭିନ୍ନ କ୍ଷେତ୍ରରେ ପ୍ରମାଣ ମିଳିବା ପରେ ଶିକ୍ଷାବିଭାଗ ଏନେଇ ମଧ୍ୟ ତତ୍ପରତା ପ୍ରକାଶ କରିବା ସହିତ ଯାଂଚ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଓଡ଼ଗାଁ ବ୍ଳକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଶିକ୍ଷାଗତ ପ୍ରମାଣ ପତ୍ର ଯାଂଚ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଏଥିରେ ବିଳମ୍ବ କାରଣକୁ କାର୍ଯ୍ୟରେ ଅବହେଳା ଦର୍ଶାଇ ରାଜ୍ୟ ଗଣଶିକ୍ଷାବିଭାଗ ନିର୍ଦ୍ଦେଶକଙ୍କ ପତ୍ରାଙ୍କ ୧୪୩୫୫ ଅନୁସାରେ ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରିହୋଇଛି । ସମସ୍ତ ବ୍ଳକ ତଥା ପୈାରାଚଂଳମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସାର୍ଟିପିକେଟ ଯାଂଚ ପାଇଁ ବିଇଓମାନଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ହେଲେ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସାର୍ଟିପିକେଟଗୁଡ଼ିକ ଅସଲି କିବା ନକଲି ଜାଣିବା ପାଇଁ ବିଇଓ ଅଫିସ ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ସମ୍ପୃକ୍ତ ୟୁନିଭରସିଟିମାନଙ୍କୁ ପତ୍ର ପ୍ରେରଣ କରି ଯୋଗାଯୋଗ କରିଥିଲେ । ମାତ୍ର ଏନେଇ ସୂଚନା ପାଇବାରେ ବିଳମ୍ବ ହେବାରୁ ସେମାନଙ୍କ ନିକଟକୁ ପୁନଃ ପତ୍ରପ୍ରେରଣ କରିଥିଲେ । ହେଲେ କୈାଣସି ଶିକ୍ଷାନୁଷ୍ଠାନ ବର୍ତମାନ ସୁଧା ଏ ନେଇସୂଚନା ପ୍ରଦାନ କରିବାରେ ସହଯୋଗ କରିନଥିବା ବିଇଓ କହିଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଇଓଙ୍କ ଦରମା ବନ୍ଦ ପାଇଁ ପ୍ରକୃତରେ ବର୍ତ୍ତମାନର ବିଇଓଙ୍କୁ ସମ୍ପୂର୍ଣ୍ଣ ଦାୟି କରାଯାଇପାରିବନି । ବର୍ତ୍ତମାନର ବିଇଓ ଏଇ କିଛି ଦିନ ହେବ କାର୍ଯ୍ୟରେ ଯୋଗଦେଇଛନ୍ତି । ହେଲେ ସରକାରୀ ସିଷ୍ଟମ ଅନୁସାରେ ବ୍ୟବସ୍ଥାଗତ ତ୍ରୁଟିକୁ ବର୍ତ୍ତମାନର ବିଇଓଙ୍କ ମୁଣ୍ଡରେ ଲଦି ଦିଆଯାଇ ତାଙ୍କ ଦରମା ବନ୍ଦ ହୋଇଛି ।

Leave A Reply

Your email address will not be published.