ଅବକାରୀ ଧରପଗଡରେ ୩୫୬୦ ଲିଟର ମହୁଲ ପୋଚ ଓ ୭୭୨ ଲିଟର ଦେଶୀ ରନ୍ଧା ମଦ ଜବତ

0

ରାୟଗଡାରୁ ସରୋଜ କୁମାର ସାହୁ: ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତି ନୀନା ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଅବକାରୀ ସଦର ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ନାରାୟଣ ରଥ, ଉପ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ରାୟଗଡା, ଅବକାରୀ ଗୁଇନ୍ଦା ବିଭାଗ, ବ୍ରହ୍ମପୁରଙ୍କ ସହଯୋଗରେ ରାୟଗଡା ଉପଖଣ୍ଡର ଥେରୁବାଲି ସ୍ଥିତ ଡିପି କ୍ୟାମ୍ପ, କଦଳିଚୁଆଁ, ଇରିପିପୁଟ, କନ୍ଧମାଲିଗାଁ, ଜାଙ୍ଗଡାପଦର, ମୁକୁନ୍ଦପୁର, ଚନ୍ଦ୍ରଗିରି ଇତ୍ୟାଦି ଅଂଚଳରେ ଗତ ସେପ୍ଟେମ୍ବର ୫ ତାରିଖ ଠାରୁ ୭ ତାରିଖ ଦୁଇଦିନ ମଧ୍ୟରେ ଧରପଗଡରେ ୧୪ଟି ମାମଲା ରୁଜୁ କରାଯାଇ ୯ଜଣଙ୍କୁ ଗିରଫ କରାଯାଇଛି । ଏହି ଧରପଗଡରେ ୩୫୬୦ ଲିଟର ମହୁଲ ପାେଚ ଏବଂ ୭୭୨ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଉକ୍ତ ଧରପଗଡରେ ରାୟଗଡା ଉପଖଣ୍ଡର ସମସ୍ତ ଅବକାରୀ କର୍ମଚାରୀ, ପୋଲିସ ଓ ମାଜିଷ୍ଟ୍ରେଟ ସାମିଲ ହୋଇଥିଲେ ।

Leave A Reply

Your email address will not be published.