ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଭକ୍ତି ସଙ୍ଗୀତ ସଂସଦ” ପରିସରରେ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଓ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଭକ୍ତି ସଙ୍ଗୀତ ସଂସଦ” ପରିସରରେ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ବାରା ସମ୍ମାନିତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ ଶ୍ରୀ ତୀର୍ଥବାସୀ ପଣ୍ଡା , ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ ମୁଖ୍ୟ ଅତିଥି ରୂପେ ଦେବୀମଠର ମହନ୍ତ ଶ୍ରୀ ରାମାନନ୍ଦଜୀ ଯୋଗଦାନ କରି ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ଓଡିଶୀ ସଙ୍ଗୀତ କ୍ଷେତ୍ରରେ ଅବଦାନର ଭୂୟସୀ ପ୍ରଶଂସାଗାନ କରିଥିଲେ। ଏଥି ସହ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗୁରୁ ବନ୍ଦନା ପରିବେଷଣ କରିଥିଲେ।
ପରବର୍ତ୍ତି ପର୍ଯ୍ୟାୟରେ ସଙ୍ଗୀତ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ଶ୍ରୀ ରଘୁନାଥ ପାତ୍ର , ଶ୍ରୀ ବିଜୟ କୁମାର ପ୍ରଧାନ ଓ ତ୍ରିଲୋଚନ ପଣ୍ଡାଙ୍କୁ ଗୁରୁଦିବସ ଅବସରରେ ସମ୍ମାନିତ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମ ଶ୍ରୀମତି ସ୍ନିଗ୍ଧା ମିଶ୍ର ଓ ଶ୍ରୀ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିଲେ। ଏହି ଅବସରରେ ଭକ୍ତି ସଙ୍ଗୀତ ସଂସଦ ପରିବାରର ସମସ୍ତ ସଦସ୍ଯ ଓ ଅଭିଭାବକ ଉପସ୍ଥିତ ରହି ଗୁରୁମାନଙ୍କୁ ସମ୍ମାନ ଜଣାଇବା ସହ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.