ରାୟଗଡରୁ ସରୋଜ କୁମାର ସାହୁ: ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ ଜେ.କେ. କାଗଜ କଳ କାରଖାନା ପରିସର ମଧ୍ୟରେ ଏକ କାରଖାନା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ଜିଲ୍ଲାର ଶତାଧିକ କ୍ଷୁଦ୍ର, ମଧ୍ୟମ ଶିଳ୍ପଉଦ୍ୟୋଗୀ ଯୋଗ ଦେଇଥିଲେ । ପ୍ରଥମେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏଥିରେ ମୁଖ୍ୟ ଅଥିଥୀ ଭାବେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ବୃହତ ଶିଳ୍ପ ଗୁଡିକ ନିୟମ ପ୍ରକାର କ୍ଷୁଦ୍ର ଶିଳ୍ପ ମାନଙ୍କୁ ଅଗ୍ରାଧିକାର ଭିତରେ ଉନ୍ନତ ମାନର ଜିନିଷକୁ ଉଚିତ ମୂଲ୍ୟ ସଠିକ ସମୟରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ ଏବଂ କ୍ଷୁଦ୍ର ଶିଳ୍ପଉଦ୍ୟୋଗୀ ମାନଙ୍କୁ ଉନ୍ନତ ମାନର ଜିନିଷ ତିଆରି କରି ବଜାରର ଚାହିଦା ମୁତାବକ ବୃହତ୍ତର ଶିଳ୍ପର ଆବଶ୍ୟକକୁ ପୂରଣ କରିବା ଉପରେ ଗୁରୁତ୍ୱରୋପ କରିଥିଲେ । ଜେ.କେ. କାଗଜ କଳର ଉପ-ସଭାପତି (ବୈଷୟକ) ଶ୍ରୀଯୁକ୍ତ ବିଶ୍ୱଜିତ ଦ୍ୱିବେଦି ଯୋଗଦେଇ ବୃହତ ଶିଳ୍ପମାନେ ସବୁବେଳେ କ୍ଷୁଦ୍ର ଶିଳ୍ପ ଉପରେ ନିର୍ଭରଶୀଳ ବୋଲି କହିଥିଲେ । ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଶ୍ରୀ ଏ. ଗୋବିନ୍ଦ ରାଓ ଏବଂ ଓଏଏସ୍ଏମ୍ଇ ସଂଘର ସଭାପତି ଶ୍ରୀ ନରୀନ୍ କୁମନନ୍ଦନ ବୃହତ ଶିଳ୍ପମାନେ ସବୁବେଳେ କ୍ଷୁଦ୍ର ଶିଳ୍ପ ମାନଙ୍କୁ ପ୍ରାଥମିକ ଭିତିରେ ଉତ୍ପାଦକ ସାମଗ୍ରୀ ଗୁଡିକ କିଣିଲେ କ୍ଷୁଦ୍ର ଶିଳ୍ପ ଗୁଡିକର ଆର୍ଥିକ, କର୍ମ ଯୋଗାଣ କରିପାରିବେ ବୋଲି କହିଥିଲେ । ଜେ.କେ. କାଗଜ କଳର ବରିଷ୍ଠ ପାରିଚାଳକ ଶ୍ରୀ ଯୋଗେଶ ସାହାର ଜେ.କେ କାଗଜ କଳର ଚାହିଦା ଗୁଡିକ ଉପରେ ଉପସ୍ଥାପନ କରିଥିଲେ । ଏଥିରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବୈନ୍ ସରକାରଙ୍କ ପ୍ରଚଳିତ ଶିଳ୍ପନୀତି ଅନୁସାରେ ବୃହତ ଶିଳ୍ପ ଗୁଡିକ ସ୍ଥାନୀୟ କ୍ଷୁଦ୍ର ଶିଳ୍ପ ଗୁଡିକ ଠାରୁ ସେବା ଉତ୍ପାଦନ ଭିତ୍ତିକ ଦ୍ରବ୍ୟ କ୍ରୟ, ବିକ୍ରୟ ନିୟମ ବିଷୟରେ ଅବଗତ କରାଇଥିଲେ । ଏହି କର୍ମଶାଳରେ ରାୟଗଡ ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ଧୀରେନ୍ଦ୍ର ବିହାରୀ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଶ୍ରୀ ଶିବଲାଲ ସୋରେନ୍ ଏବଂ ଶ୍ରୀ ସୌମିତ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।ଶେଷରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.