କେଡେ ନିର୍ମମ, ଏଟା ମଣିଷ ନା ପଶୁ !

0

ପାରିବାରିକ କଳହ ପାଇଁ ବୄଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର ।

ପଦ୍ମପୁର(ଶାସକ ପ୍ରଶାସକ)-ପାରିବାରିକ କଳହରୁ ବୄଦ୍ଧଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଝାରବନ୍ଧ ଥାନା ପୁଟୁକିଡୁଙ୍ଗୁରୀ ଗ୍ରାମରେ ଘଟି ଯାଇଛି ଏଭଲି ଏକ ଅଘଟଣ । ଅଭିଯୋଗ ଅନୁସାରେ ସୁବାସ ସାହୁଙ୍କ ପରିବାରକୁ ସେହି ଗ୍ରାମର ନନ୍ଦକିଶୋର ସାହୁଙ୍କ ସହ ପୂର୍ବ ଶତ୍ରୁତା ରହିଛି । ପୂର୍ବ ଶତ୍ରୁତା କାରଣରୁ ଗତକାଲି ବିଲମ୍ବିତ ରାତିରେ ମାରିବା ପାଇଁ ଘରକୁ ଧାଇଁ ଆସିଥିଲା | ହେଲେ ଘରେ ସୁବାଷକୁ ନ ପାଇବାରୁ ସୁବାଷଙ୍କ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା | ଏହାକୁ ସୁବାଷଙ୍କ ଶ୍ବଶୁର ବିରୋଧ କରିବାରୁ ତାଙ୍କୁ ପିଟିପିଟି ମାରି ଦେଲା ଏବଂ ଅଭିଯୁକ୍ତ ଫେରାର ଅଛି । ଝାରବନ୍ଧ ପୋଲିସ ଏନେଇ ଝାରବନ୍ଧ ଥାନ କେଶ ନମ୍ବର ୧୨୦/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.