ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ବଢୁଛି ବେଆଇନ ବନ୍ୟଜନ୍ତୁ ଶିକାର , ବନ ବିଭାଗ ଜବତ କଲା ବାରାହା ମାଂସ, ୨ ଗିରଫ।

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ହେଲେ ଏହି ଅବାଧ ବନ୍ୟଜନ୍ତୁ ଶିକାର ଉପରେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଲମ୍ବଟିଦାଦର ଗ୍ରାମ ନିକଟସ୍ଥ ଖସଡ଼ା ଜଙ୍ଗଲ ଅଞ୍ଚଳରୁ ବୁଧବାର ରାତି ପ୍ରାୟ ସାଢ଼େ ଆଠଟା ବେଳେ ବାରାହା ମାଂସ ଜବତ କରାଯାଇଛି। ଏହି ବେଆଇନ ବନ୍ୟ ଜନ୍ତୁ ଶିକାରରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲମ୍ବଟିଦାଦର ଗ୍ରାମର ଅନି ମିର୍ଦ୍ଧା(୬୦), ଓ ପିତାମ୍ବର ସାହୁ(୫୫) । ଏହା ସହିତ ବନ ବିଭାଗ ଏକ କେଜି ବାରାହା ମାଂସ,ଟାଙ୍ଗିଆ ଓ ପନଖି ମଧ୍ୟ ଜବତ କରିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ବଡମାକ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରକାଶ କରିଛନ୍ତି। ହେଲେ ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ବଢି ଚାଲି ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ବିଶେଷ ଚଢ଼ାଉ କରା ଯାଉ ନ ଥିବାରୁ ବନ୍ୟଜନ୍ତୁ ଶିକାରୀଙ୍କୁ ବେଶ ସୁହାଇଛି। ଏଣୁ ଏହା ଉପରେ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି।

Leave A Reply

Your email address will not be published.