ନୂଆଖାଇ ଏଥର ମରୁଡି ପାଇଁ ଚାଷୀ ମନରେ ଆଦୌ ଆନନ୍ଦ ଉଲ୍ଲାସ ନାହିଁ।

0

ଭଲ ଅମଳ ର ସମ୍ଭାବନା ନ ଥିବାରୁ କେବଳ ବିଧି ରକ୍ଷା ପାଇଁ ପାଳିତ ହେବ।

ଝାରବନ୍ଧ-ମନୋହର ଦାଶ: କୃଷିଭିତ୍ତିକ ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ଚଳିତ ବର୍ଷ ର ନୂଆଖାଇ ର ଆନନ୍ଦ ଉଲ୍ଲାସ ଉପରେ ଛାଇ ଯାଇଛି ମରୁଡି ର କଳା ବାଦଲ। କୃଷିଭିତ୍ତିକ ପର୍ବ ଏହି ନୂଆଖାଇ ରେ ଚାଷୀ ମାନଙ୍କ ଆଶା ନାହିଁ ଏଥର ଭଲ ଫସଲ ହେବ ବୋଲି।କୃଷିଭିତ୍ତିକ ବରଗଡ ଜିଲ୍ଲା ଜଳ ସମ୍ପଦ ଅଛି।ଏହାର ବିନିଯୋଗ ହେଲେ ସବୁ ଚାଷୀ ହସି ଉଠନ୍ତା।ହେଲେ ସରକାରୀ ଉଦାସୀନତା ଯୋଗୁଁ ଜମି ଅଣଜଳସେଚିତ ରହୁଛି।ନୂଆଖାଇ ଅବସର ରେ ଦେଶବିଦେଶରୁ ଜ୍ଞାତିକୁଟୁମ୍ବ ମାନେ ଜନ୍ମ ସ୍ଥଳୀ କୁ ଆସିଥାନ୍ତି ଏବଂ ପରସ୍ପର ଭିତରେ ଥିବା ମାନ ଅଭିମାନ କୁ ଦୁରେଇ ସମ୍ପର୍କର ସେତୁ ରେ ବାନ୍ଧି ହୋଇଯାନ୍ତି।ନବ ବସ୍ତ୍ର ପରିଧାନ କରି ଆଡ଼ମ୍ବର ରେ ନୂଆଖାଇ ପାଳନ ପାଇଁ ଉତ୍ସାହିତ ଥାନ୍ତି।ମରୁଡିଗ୍ରସ୍ତ ଯୋଗୁଁ ଚାଷୀ ଏବେ ହତାଶ ହୋଇ ବସିଛି।ଧାନ ଜମି ଫାଟି କି ଆଁ କଲାଣି ଜମିରେ ଛେଳି ଗୋରୁ ଚରିଲେଣି।ନୂଆଖାଇ କୁ ନେଇ ଏଥର ଚାଷୀ ମନରେ ଉତ୍ସାହ ନାହିଁ।ନୂଆ କେମିତି ଖାଇବ ସେ ନେଇ ଚାଷୀ ଭାଲେଣି ରେ ପଡିଛି।ଏ ଦୃଷ୍ଟି ରୁ ଚଳିତ ବର୍ଷ ର ନୂଆଖାଇ କେବଳ ଵିଧି ରକ୍ଷା ପାଇଁ ପାଳିତ ହେବ।ଜାକଜମକରେ ନୂଆଖାଇ ପାଳିବା ନେଇ ଆଶଙ୍କା କ୍ଷୀଣ ରହିଛି।ଯାହା ପୂଜାପାଠ ହେବା କଥା ତାହା ହେବ ତେବେ ନୂଆଖାଇ ରେ ଯେଉଁ ମଳମଜଳିଶ ହୁଏ ତାହା କିନ୍ତୁ ଚଳିତ ବର୍ଷ ହେବ ନାହିଁ।ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କମିଯିବ।ବରଗଡ଼ ଜିଲ୍ଲା ଚିରମରୁଡି ପ୍ରପୀଡ଼ିତ ଅଞ୍ଚଳ ଭାବେ ବେଶ ପରିଚିତ।ମରୁଡି ଘୋଷଣା ଦାବି ନେଇ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ସମାବେଶ ପ୍ରତି ବ୍ଲକ ସ୍ତର ରେ ,ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଗଲାଣି ତେଣୁ କରି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ମରୁଡି ପରିସ୍ଥିତି ର ସମୀକ୍ଷା କରିବା ଆବଶ୍ୟକତା ରହିଛି।

Leave A Reply

Your email address will not be published.