Rourkela/Sushanta Behera : ସହରର ଅନ୍ୟତମ ଅନୁଷ୍ଠାନ ରାଜେଶ ଖାନ୍ନା ଫେନ୍ସ କ୍ଲବ୍ ପକ୍ଷରୁ ଏଅ ସଙ୍ଗୀତ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିହରେ ସିଭିକ୍ ସେଣ୍ଟର୍ଠାରେ ଅନୁଷ୍ଠିତ ହେବାଉ ଯାଉଛି। ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଥମ ସୁପରଷ୍ଟାର୍ ତଥା ଜଣେ ପ୍ରତିଷ୍ଠିତ ଅଭିନେତାଭାବେ ପରିଚିତ ରାଜେଶ ଖାନ୍ନାଙ୍କ ୬ଷ୍ଠ ପୂଣ୍ୟ ତିଥିରେ ଆୟୋଜିତ ହେବାକୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆୟୋଜକମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆୟୋଜିତ ହେବାକୁ ଥିବା ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ରାଜେଶ ଖାନ୍ନାଙ୍କ ଅଭିନୀତ ବିଭିନ୍ନ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତଗୁଡ଼ିକୁ ସହରର ବିଭିନ୍ନ ସଙ୍ଗୀତ ଶିଳ୍ପୀମାନେ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ସହରର ସଙ୍ଗୀତ ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆୟୋଜକମାନେ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜେଶ ଖାନ୍ନା ଫେନ୍ସ କ୍ଲବ୍ର ସଦସ୍ୟ ସନୀଲ କାୟଲ, ଆଲୋକ ବଗାଡିଆ, ପ୍ରଦୀପ ଗୁରୁୱାରା, ଶଙ୍କର ଜେନା, ମଳୟ ମଣ୍ଡଳ, ରବି କ୍ରିଷ୍ଣନ୍ , ଚନ୍ଦ୍ର ଶେଖର ଶତପଥି, ଡା ଏସ୍ କେ ତିୱାରୀ, ରବି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.