ମହିଳା ହକି ବିଶ୍ୱକପ ଦଳକୁ ଶୁଭକାମନା ଜଣାଇଲେ ପାନପୋଷ  କ୍ରୀଡ଼ା ଛାତ୍ରାବାସ ଖେଳାଳି

0

15-07-18-panposh-.jpg - 118.65 kB

ରାଉରକେଲାରୁ ସୁଶାନ୍ତ ବେହେରା :  ଏବେ ସାରାବିଶ୍ୱରେ ହକି ଆଉ ଫୁଟବଲ ଫିଭର | ଆଉ ସେଥିରୁ ବା ବାଡ଼ ଯାଇଥାନ୍ତା କିପରି ହକିର ଏନ୍ତୁଡ଼ିଶାଳ | ସବୁଠୁ ବଡ କଥା ହେଲା ଭାରତୀୟ ମହିଳା ହକି ଦଳ ଆଜି ଇଂଲଣ୍ଡ ଯାତ୍ରା କରିଛି, ସେଥିପାଇଁ  ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଭାରତୀୟ  ମହିଳା ହକି ବିଶ୍ୱକପ ଦଳକୁ ଶୁଭେଚ୍ଛା ଜଣାଇବା ପାଇଁ କୌଣସି କସର ଛାଡି ନାହାନ୍ତି, କାରଣ ଏହି ଟିମ ରେ ସାମିଲ ହୋଇଛନ୍ତି ୪ ଓଡ଼ିଆ ଖେଳାଳି | ପାନପୋଷ କ୍ରୀଡା ଛାତ୍ରାବାସର ଅନ୍ତେବାସୀଙ୍କ ପାଇଁ ସବୁଠୁ ଖୁସିର ବିଷୟ ହେଲା,  ମହିଳା ହକି ବିଶ୍ୱକପ ଦଳରେ ସାମିଲ ହୋଇଥିବା ୪ ଓଡ଼ିଆଙ୍କ ମଧ୍ୟରେ ପାନପୋଷ ଛାତ୍ରାବାସର ଖେଳାଳି ରହିଛନ୍ତି ୩ଜଣ | ସେମାନେ ହେଲେ ସୁନିତା ଲାକ୍ରା, ନୀଳିମା ମିଂଜ଼ ଓ ନମିତା ଟପ୍ପୋ | ଆଉ ନିହାତି ଭାବେ ପାନପୋଷ ଛାତ୍ରାବାସର ଖେଳାଳିଙ୍କ ଆନନ୍ଦ କହିଲେ ନାସାରେ | ଖେଳାଳି ମାନେ ଆଜି ହଷ୍ଟେଲ ପରିସରରେ ମିଷ୍ଟାନ ବାଣ୍ଟି ଖୁସି ମନାଇବାକୁ ଭୁଲି ନଥିଲେ ।  ପଡିଆରେ ଏକତ୍ରିତ ହୋଇ ହକିଷ୍ଟିକ ଉପରକୁ ଉଠାଇ ଏକା ସ୍ୱରରେ ହିପ ହିପ ହକି  କହି ୩ ଖେଳାଳିକୁ ଶୁଭେଚ୍ଛା  ଜଣାଇବା ସହିତ ଭାରତୀୟ ଦଳର ସମସ୍ତ ମହିଳା ଖେଳାଳି ଓ କୋଚ୍ କୁ ମଧ୍ୟ ଶୁବେଛା ଜଣେଇ ଛ ନ୍ତି । ଛାତ୍ରାବାସ ର ମୁଖ୍ୟ କୋଚ୍ ମିଲଟନ ବିଲୁଙ୍ଗ , ଶରତ ସ୍ବାଇଁ ପ୍ରମୁଖ ସଦସ୍ୟମାନେ ମଧ୍ୟ ଦଳକୁ ଶୁଭକାମନା  ଜଣାଇଛନ୍ତି।

 

 

Leave A Reply

Your email address will not be published.