ଯାଜପୁର/ବ୍ୟାସନଗର: ୨୫/୧୦, ବ୍ୟାସନଗର ସହରର ଦଳା ଛକ ନିକଟସ୍ଥ ବ୍ୟାସଦେବ ଟାଉନହଲ ଠାରେ ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟରତ ତଥା ବିଏମଏସ ସହବନ୍ଧିତ ନିୟୁ ଲକ୍ଷ୍ମୀ ଷ୍ଟିଲ ଏଣ୍ଡ ପାୱାର, ଓଡିଶା ୱେଷ୍ଟ ମ୍ୟାନେଜମେଣ୍ଟ ମଜଦୁର ସଙ୍ଘ, ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ, ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଙ୍ଘ ପାଚିକା ସହାୟିକା ମଜଦୁର ସଙ୍ଘ, ସିଆରପି ଓ ଏମବିକେ ସଙ୍ଘ, ଆବିଶ ଫୁଡ୍ସ ମଜଦୁର ସଙ୍ଘ, ବିଶ୍ଵକର୍ମା ମଜଦୁର ସଙ୍ଘ ଓ ଓଡିଶା ସ୍ୱାବଲମ୍ବୀ କର୍ମଚାରୀ ସଙ୍ଘ ଭଳି ୧୨ଗୋଟି ସଂଗଠନର ୬୦୦ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇ ଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଯାଜପୁର ଲୋକସଭା ସାଂସଦ ଡ଼ା ରବିନ୍ଦ୍ର ନାରାୟଣ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥଲେ। ଜିଲ୍ଲା ସଭାପତି ବଟକୃଷ୍ଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଵକ୍ତା ଭାବେ ଭାରତୀୟ ମଜଦୁର ସଙ୍ଘର ପୂର୍ବ ଭାରତ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ପୃଥ୍ୱୀରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ସାଂସଦ ଶ୍ରୀ ବେହେରା, ରାଜ୍ୟ ବିଏମଏସ ସଭାପତି ବାଦଲ ମହାରଣା, ଅଧିବକ୍ତା ସୁବାଷ ଚନ୍ଦ୍ର ନନ୍ଦ, ବିଏମଏସ ରାଜ୍ୟ ଉପସଭାପତି ଶାନ୍ତନୁ କୁମାର ମହାପାତ୍ର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ସଂଘ ଚାଳକ ବଟକୃଷ୍ଣ ଯେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜିଲ୍ଲା ଖଣିଜ ସମ୍ପଦରେ ଭରପୁର ହୋଇଥିଲେ ମଧ୍ୟ ଏଠାରେ ବିଭିନ୍ନ କଳକାରଖାନା କିମ୍ବା ଖଣିଖାଦାନରେ କାର୍ଯ୍ୟରତ ସଂଖ୍ୟାଧିକ ଶ୍ରମିକଙ୍କୁ ଠିକାଶ୍ରମିକ ଭାବେ ପରିଚିତ କରାଇ ସେମାନଙ୍କୁ ନାନା ପ୍ରକାରେ ଶୋଷଣ କରାଯାଉଥିବା ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଆଗାମୀ ଦିନରେ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନର ରାସ୍ତା ତିଆରି କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କାର୍ଯ୍ୟରତ ଶ୍ରମିକମାନଙ୍କୁ ବିଏମଏସ ସଂଗଠନ ସମ୍ପର୍କରେ ଅବଗତ କରାଯାଇଥିଲା। ଏହା ଏକ ସମ୍ପୂର୍ଣ ଅଣରାଜନୈତିକ ସଂଗଠନ ଏବଂ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଏହା ଅନବରତ ଭାବେ ଲଢେଇ ଜାରି ରଖିଛି ଆଗକୁ ମଧ୍ୟ ଏହି ଲଢେଇ ଜାରି ରହିବ। ମାତ୍ର ସରକାର ଯଦି କୌଣସି ପରିସ୍ଥିତିରେ ଶ୍ରମିକ ମାନଙ୍କର ନାର୍ଯ୍ୟଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବିଏମଏସ ନିଶ୍ଚିତ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ତାର ଆନ୍ଦୋଳନ ତୀବ୍ରତର କରିବ ବୋଲି ମନୋଜ କୁମାର ବସନ୍ତରାୟ ମତ ଦେଇଥିଲେ। ଏହି ଅବସରରେ ସଙ୍ଘ ପକ୍ଷରୁ ଏଠାରେ ନୂତନ ଜିଲ୍ଲା କମିଟିର ନବନିଯୁକ୍ତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ମୁଖ୍ୟ ଉପଦେଷ୍ଟା ଭାବେ ବଟକୃଷ୍ଣ ସାହୁ, ସଭାପତି ଭାବେ ଦିଲ୍ଲୀପ କୁମାର ଓଝା, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସାମଲ, ଉପସଭାପତି ଦିପ୍ତିମୟୀ ସାହୁ, ବିପଦ ଭଞ୍ଜନ ଦାଶ, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଯେନା, ସହ ସମ୍ପାଦକ ଅମର କୁମାର ଭୂୟାଁ, ପ୍ରଦୀପ କୁମାର ସାହୁ, କୋଷାଧକ୍ଷ ରମା ପଣ୍ଡା, ସଂଗଠନ ସମ୍ପାଦକ ଭାବେ ବିଜୟ କୁମାର ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଭାବେ ନଟବର ପ୍ରଧାନ, ମଧୁସ୍ମିତା ବାଭି, ରମାକାନ୍ତ ମଲ୍ଲିକଙ୍କ ସମେତ ଜିଲ୍ଲାର ସମସ୍ତ ପଞ୍ଜିକୃତ ସଙ୍ଘର ସମ୍ପାଦକ ମାନଙ୍କୁ ଜିଲ୍ଲା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଆଗାମୀ ଦିନରେ ଜିଲ୍ଲା ସଂଗଠନକୁ ମଜବୁତ କରିବା ସହ ଶ୍ରମିକ ମାନଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ନବନିଯୁକ୍ତ କର୍ମକର୍ତ୍ତା ମାନେ ଶପଥ ନେଇଥଲେ। ଶେଷରେ ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅଶୋକ ସ୍ୱାଇଁ, ରମାକାନ୍ତ ମହନ୍ତ, ବିଶ୍ୱଜିତ ହାଲ୍ଲୀ, ପୁଷ୍ପଲତା ରାଉତ, ମମତା ମହାନ୍ତି, ସୁଷମାରାଣୀ ରାଉତ, ବିକୁନୁ ମହନ୍ତ, ବଳରାମ ଯେନା, ରତ୍ନାକର ମହନ୍ତ ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ।
Sign in
Sign in
Recover your password.
A password will be e-mailed to you.