ଜଗଦା ଡକାୟତି ଘଟଣାରେ ୩ ଗିରଫ ଓ ଲୁଟ୍‌ ହୋଇଥିବା ସାମଗ୍ରୀ ଜବତ

0

ରାଉରକେଲା : ଗତ ୧୧ ତାରିଖ ଦିନ ଜଗଦା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବାସଭବନରୁ ଲୁଟି ହୋଇଥିବା ପ୍ରାୟ ସମସ୍ତ ସାମଗ୍ରୀ ଉଦ୍ଧାର କରିବା ସହିତ ୩ଜଣ ଡକାୟତଙ୍କୁ ଧରିବାରେ ପୋଲିସ୍‌ ସଫଳ ହୋଇଛି। ଏ ସମ୍ପର୍କରେ ଝିରପାଣି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପି କେ ଦାସ ସୂଚନା ଦେଇଛନ୍ତି। 

ସୂଚନା ମୁତାବକ ଡକାୟତି ଘଟଣାରେ ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଉଛନ୍ତି ଲାଠିକଟା ଥାନା ଅଧିନସ୍ଥ ନୁଆଗାଁ ଅଞ୍ଚଳର ସରଫରାଜ ଆନସାରୀ ଓ ଆଲ୍ଲାଉଦ୍ଦିନ ଆନ୍‌ସାରୀ ଏବଂ , ଉଦିତ ନଗର ଥାନା ଅନ୍ତର୍ଗତ ମାଲଗୋଦାମ ଅଞ୍ଚଳର ଧୀରଜ ସାହୁ। ପୋଲିସ୍‌ ଏହି ତିନିଜଣଙ୍କ ନିକଟରୁ ୧୧ ତାରିଖ ଦିନ ଲୁଟି ଯାଇଥିବା ସୁନା, ହୀରା ଓ ରୂପା ଅଳଙ୍କାରଗୁଡ଼ିକ ଜବତ କରିବା ସହ ଡକାୟତି ଘତଣାରେ ବ୍ୟବହୃତ ଦେଶୀ ବନ୍ଧୁକ, ଭୁଜାଲି ଆଦି ସାମଗ୍ରୀ ମଧ୍ୟ ଉଦ୍ଧାର କରିଛି। ପୋଲିସ୍‌ ସୂଚନା ମୁତାବକ ଏହି ମାମଲାରେ ଜଡ଼ିତ ଆଉ ତିନିଜଣ ଫେରାର୍‌ ଥିଲାବେଳେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ଖୁବ୍‌ ଅଳ୍ପ ସମୟ ଭିତରେ ଡକାୟତମାଣେ ଧରାପଡ଼ିବା ସହ ଲୁଟି ହୋଇଥିବା ସାମଗ୍ରୀ ମିଳିବା ଘଟଣାରେ ପୋଲିସ୍‌କୁ ବଡ଼ ସଫଳତା ମିଳିଛି।

Leave A Reply

Your email address will not be published.