ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ବ୍ଲକ ଅଫିସ ଘେରାଉ କଲା ବିଜେପି l

0 2

ରଣପୁର/ ପ୍ରସନ୍ନ ସାମନ୍ତରାୟ  -ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରଣପୁର ବ୍ଲକ ଘେରାଉ କଲା ରଣପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି l ରଣପୁର ବ୍ଲକରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ସରକାରୀ ଦଳ ର  ରାଜନୈତିକ ଚାପ ପ୍ରୟୋଗ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେଇ ଦଳୀୟ ଭିତ୍ତିରେ ନିଜ କର୍ମୀ ତଥା ଆର୍ଥିକ ସ୍ୱଚ୍ଛଳ   ଥିବା ପରିବାରବର୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଉଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି l ରଣପୁର ର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସୁରମା ପାଢ଼ିଙ୍କ ନେତୃତ୍ୱରେ ଆଜି ରଣପୁର ବିଜେପି ପାର୍ଟି ଅଫିସ ଠାରୁ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ରଣପୁର ସହର ପରିକ୍ରମା କରିବା ସହ ବ୍ଲକରେ ପହଞ୍ଚି ଏକ ତିନି ଘଣ୍ଟିଆ ପ୍ରତିବାଦ ସଭା କରାଯାଇ ଅପାରଗ ରାଜ୍ୟ ସରକାର ଙ୍କ ବିରୋଧ ରେ ବିଭିନ୍ନ ନାରା ବାଜି ଦେଇଥିଲେ ପରେ  ରାଜ୍ୟପାଳଙ୍କ ଉଦେଶ୍ୟରେ ରଣପୁର ବିଡ଼ିଓଙ୍କୁ ଏକ ଦାବିପତ୍ର ଦେଇଥିଲେ l ଏଥିରେ ବିଜେପିର ନୟାଗଡ ଜ଼ିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା, ଜ଼ିଲ୍ଲା ସାଧାରଣ ସମ୍ପାଦକ ପରେଶ ମିଶ୍ର ପ୍ରମୁଖ  ବିଜେପି ର ଶତାଧିକ କର୍ମୀ ଯୋଗଦେଇଥିଲେ l ସେମାନଙ୍କର ଦାବୀଥିଲା ସରକାରୀ ସ୍ତରରେ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏଥରେ ସାମିଲ କରାଯାଉ ନହେଲେ ବିଜେପି ପକ୍ଷରୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି

Leave A Reply

Your email address will not be published.