ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ ଥାନା ଅନ୍ତର୍ଗତ ସିହିନୀ ପଞ୍ଚାୟତ ର ବଛାଯୁଝା ଗାଁ ରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୁଚନା ରହିଛି। ଯୁବକ ଜଣକ ବଛାଯୁଝା ଗାଁ ର ବିଭୀଷଣ ନାଗ ଙ୍କ ୧୯ ବର୍ଷୀୟ ପୁଅ ରଞ୍ଜିତ ନାଗ ବୋଲି ଜଣାପଡିଛି। ବଛାଯୁଝା ଗାଁ ରୁ ଅତର୍ଲା ଗାଁ କୁ ଯିବା ରାସ୍ତା ରେ ଏକ ନିମ୍ବ ଗଛରେ ଶବ ଝୁଲନ୍ତା ଅବସ୍ଥା ରେ ଥିବା ଖବର ପାଇ ଗ୍ରାମ ବାସୀ ଓ ରଞ୍ଜିତ ଙ୍କ ପରିବାର ପହଂଚି ଟିଟିଲାଗଡ ପୋଲିସ କୁ ସୂଚନା ଦେଇଥିଲେ। ସୂଚନା ପାଇ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା , ଏଏସଆଇ ଖାମସିଂ ମାଝୀ ଓ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ଟିଟିଲାଗଡ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।
Sign in
Sign in
Recover your password.
A password will be e-mailed to you.
Prev Post