ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର। 

0 2

ଟିଟିଲାଗଡ, ( ଗୌରବ ଦର୍ଜୀ) – ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକଙ୍କ  ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି।  ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା, ଜିଲ୍ଲା -କଳାହାଣ୍ଡି ବୋଲି ଜଣା ପଡିଛି।  ମୃତକଙ୍କ ସମ୍ପର୍କୀୟ ମାନେ ଜିତୁ ରଣା କୁ ହତ୍ୟା କରି ନଦୀ ରେ ଫିଙ୍ଗି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଟିଟିଲାଗଡ଼ ପୋଲିସ ଗଳିତ ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି।  ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ଅପର ପକ୍ଷରେ ମୃତ୍ ଜିତୁ ର ସାଙ୍ଗ ଜିତୁ କୁ ଘରୁ ଡାକି ନେଇ ମଦପାନ କରି ମାରିଦେଇ ତେଲ ନଦୀ ରେ ଫିଙ୍ଗି ଦେଇ ଥିବା ଅଭିଯୋଗ କରିଛନ୍ତି ପରିଜନ। ସ୍ଥାନୀୟ ଗ୍ରାମବାସୀ ନଦୀ ରେ ଏକ ବସ୍ତା ଭାସୁଥିବା ବେଳେ କିଛି ଦୁର୍ଗନ୍ଧ ହେଉଥିବାରୁ ଟିଟିଲାଗଡ ପୋଲିସ କୁ ଜଣାଇଥିଲେ। ଟିଟିଲାଗଡ ପୋଲିସ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନକୁ ଯାଇ ଶବକୁ ଉଦ୍ଧାର କରିବା ସହ ପରିଚୟ ପାଇଥିଲେ। ତେବେ ଶବକୁ ଜବତ୍ କରି ଟିଟିଲାଗଡ ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Leave A Reply

Your email address will not be published.