ରେଢ଼ାଖୋଲରେ ଖୋଲିଲା ଅକ୍ସିଜେନ ବ୍ୟାଙ୍କ 

0 2

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଜନକଲ୍ୟାଣ ସମିତି ପକ୍ଷରୁ ବୁଧବାର ସନ୍ଥକବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଅବସରରେ ରେଢ଼ାଖୋଲ ଉପଖଣ୍ଡ ପୋଲିସ ଅଧିକାରୀ ହାଡିବନ୍ଧୁ ସ୍ବାଇଁ ମୂଖ୍ୟ ଅତିଥି ଓ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ରାମକୃଷ୍ଣ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜି ଅକ୍ସିଜେନ ବ୍ୟାଙ୍କ ଲୋକାର୍ପିତ କରିଥିଲେ ।

ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅକ୍ସିଜେନ ଅଭାବରୁ ଅନେକଙ୍କ ଜୀବନ ମଧ୍ୟ ଯାଇଛି ତେବେ ଅନେକାଂଶରେ ରୋଗୀଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର ମଧ୍ୟ କରାଯାଉଛି ଏହାକୁ ଦୃଷ୍ଟିରେ ରଖି ଆଜି ରେଢ଼ାଖୋଲ ଜନକଲ୍ୟାଣ ସମିତି ଓ ହରିଶଙ୍କର ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ରେଢ଼ାଖୋଲ ଅକ୍ସିଜେନ ବ୍ୟାଙ୍କ ଲୋକାର୍ପିତ କରାଯାଇଛି । ଅକ୍ସିଜେନ ପାଇଁ ଜନକଲ୍ୟାଣ ସମିତିର ହେଲ୍ପଲାଇନ ନମ୍ୱର – 9437055222 , 9853085123 ,8018128300 ରେ ଯୋଗାଯୋଗ କରି ଅକ୍ସିଜେନ ନେଇ ପାରିବେ । ଜନକଲ୍ୟାଣ ସମିତିର ଆବାହକ ଗୋବିନ୍ଦ ନାରାୟଣ ଅଗ୍ରୱାଲ , ସଭାପତି ଶିବରାମ ସାହୁ , ଅନିଲ ପୃଷ୍ଟି , ପ୍ରକାଶ ମୁଖୀ , ସୁନନ୍ଦ ପ୍ରଧାନ , ଅବନୀ ମେହେର , ବବଲୁ ଦେବ , ଦିଲିପ ଲାଉରିଆ , ଅନମ ମୂଖି , ବିଦେଶୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.