କଂଗ୍ରେସ ନେତା ବୁଦ୍ଧରାମ କାଶ୍ୟପଙ୍କୁ ହତ୍ୟା କଲେ ମାଓବାଦୀ ।

0 3

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପୁଣି ଥରେ ସେମାନଙ୍କର କାପୁରୁଷ ପଣିଆ କାର୍ଯ୍ୟ ଦେଖାଇଛନ୍ତି। ମିରତୁର ଅଞ୍ଚଳର ଜିଲ୍ଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କାଶ୍ୟପଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ।  ମାଓବାଦୀମାନେ ତଲାନାର ଗାଁରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  ତେବେ ଏହି ଘଟଣାକୁ ପୁଲିସ ପକ୍ଷରୁ ସୁନିଶ୍ଚିତ କରାଯାଇନାହିଁ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିରତୁର ଅଞ୍ଚଳର ଜିଲ୍ଲା ପଞ୍ଚାୟତ ସଦସ୍ୟ ତଥା ଏହି ଅଞ୍ଚଳର କଂଗ୍ରେସ ନେତା ବୁଦ୍ଧରାମ କାଶ୍ୟପଙ୍କୁ ମାଓବାଦୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି। ବୁଦ୍ଧରାମ ତାଙ୍କ ପରିବାର ସହିତ ଖାଦ୍ୟ ଖାଇବା ପରେ ଘରର ପ୍ରାଙ୍ଗଣରେ ବସିଥିବା ବେଳେ ମାଓବାଦୀ ମାନେ ତାଙ୍କ ଉପରକୁ ଗୁଳି ଚଳାଇବା  ପରେ ତାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ ମଧ୍ୟ କରି ହତ୍ୟା କରିଥିବା ସୂଚନା ମିଳିଥିଲା।

ସୂଚନାନୁସାରେ ବିଳମ୍ବିତ ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟି ସମୟରେ ଘଟଣା ଘଟିଥିବାର ସୂଚନା ମିଳିଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ମାଓବାଦୀ ମାନେ ମିରତୁର ଅଞ୍ଚଳର କଂଗ୍ରେସ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ସନ୍ଦେହରେ ହତ୍ୟା କୁହାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ବିଜାପୁର ଜିଲ୍ଲାରେ ଏହା ପୂର୍ବରୁ ମଧ୍ୟ ମାଓବାଦୀ ମାନେ ୩ ଜଣ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଏଥିରେ ଅବିଭକ୍ତ ଦନ୍ତେୱାଡା ଜିଲ୍ଲା ସମୟରେ ବିଜାପୁର ଭଟ୍ଟିପାରା ଠାରେ ଗିରି ନାମକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।  ଭୋପାଳପାଟନମକୁ ଯାଇ ଫେରୁଥିବା ବେଳେ ବୋମା ବିସ୍ଫୋରଣ କରି ମହେଶ ପୂଜାରୀଙ୍କୁ ହତ୍ୟା କରିଥିଲେ। ସେହିପରି ସଙ୍ଗମପଲୀ ଜାତୀୟ ରାଜପଥ ଉପରେ ରାମସାୟ ମଜ୍ଜିଙ୍କୁ ଯିଏ ସେହି ଅଞ୍ଚଳର ଜିଲା ପଞ୍ଚାୟତର ସଦସ୍ୟ ଥିଲେ , ତାଙ୍କୁ ମାଓବାଦୀ ମାନେ ମଧ୍ୟ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏବଂ ଏବେ ବୁଦ୍ଧରାମ କଷ୍ୟପଙ୍କୁ ହତ୍ୟା କରିବା ହେଉଛି ଚତୁର୍ଥ ଘଟଣା |

Leave A Reply

Your email address will not be published.