ଉତ୍କଳ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗୀତା

0 1

ରାୟଗଡା/ ସରୋଜ କୁମାର ସାହୁ :ରାୟଗଡ଼ା ଜିଲ୍ଲାରେ  ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ବକ୍ତୃତା (ଓଡିଆ) ପ୍ରତିଯୋଗୀତା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବକ୍ତୃତା ପ୍ରତିଯୋଗିତାରେ ( ଓଡିଆ) (ନବମ ଓ ଦଶମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଧୁସ୍ମିତା ପାଣିଗ୍ରାହୀ-ଦଶମସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ ପ୍ରଥମ ହୋଇ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ତନୁଶ୍ରୀ ନାୟକ, ଦଶମ ଶ୍ରେଣୀ ସ୍ୱାମୀ ବିବେକାନନ୍ଦ  ବିଦ୍ୟାମନ୍ଦିର, ରାୟଗଡାତୃତୀୟ ସ୍ଥାନରେ ମୁକେଶ ନାଏକ, ଦଶମ ଶ୍ରେଣୀ, ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟ, ରାୟଗଡ ହୋଇଥିଲେ । ଏହି ପ୍ରତିଯୋଗିତାର ଜଜ୍ ଭାବେ ସୁନିଲ କର (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) , ବାଳକୃଷ୍ଣ ମିଶ୍ର (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ)   ଓ ଲାବଣ୍ୟମୋହନ ପଟ୍ଟନାୟକ (ବରିଷ୍ଠ ଓକିଲ) ନିଜର ଦାୟିତ୍ୱ ତୁଲାଇ ଥିଲେ ।ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଶୋକ କୁମାର ଦାସ,  ଶିକ୍ଷକ ଅଜୟ ମିଶ୍ର ଓ ସୁନିଲ କୁମାର ମହାନ୍ତ ସହଯୋଗ କରିଥିଲେ ।

Leave A Reply

Your email address will not be published.