ଟିଟିଲାଗଡ, (ଗୌରବ ଦର୍ଜୀ): ଯାତ୍ରୀବାହୀ ବସ ଓଲଟି ଜଣ କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଆଜି ସଂଧ୍ୟାରେ ଭବାନୀପାଟଣା ରୁ ମଣିବାବା ନାମକ ଏକ ଘରୋଇ ବସ ବାହାରି ନୂଆପଡା ଜିଲ୍ଲାର ଖରିଆର ଅଭିମୁଖେ ନୃସିଂହନାଥ ଆସୁଥିବା ବେଳେ ସିନ୍ଧେକେଲା ଥାନା ତୁର୍କୀଭଟା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଵିଲ କୁ ଖସି ପଡିଥିଲା। ତେବେ ବିଳ ହିଡ଼ ରେ ବସିଥିବା ତୁର୍କୀଭଟା ଗାଁ ର ଜଣେ ନାବାଳକ ୧୪ ବର୍ଷ ର ସିନ୍ଧାନ୍ତ ଯାନୀ ଉପରେ ବସ ଟି ଓଲଟି ପଡିବାରୁ ଘଟଣା ସ୍ଥଳରେ ନାବାଳକ ର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ଭୋଳା ଭୋଇ ବୋଲି ସୂଚନା ମିଳିଛି। ତେବେ ବସ ଟି ଦୁଇଜଣ ଙ୍କ ଉପରେ ଓଲଟି ପଡିବାରୁ ଘଟଣା ସ୍ଥଳରେ ସିନ୍ଧାନ୍ତ ଯାନୀ ର ମୃତ୍ୟୁ ଘଟିଥିବା ବେଳେ ଭୋଳା ଭୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ଅପର ପକ୍ଷରେ ବସ ରେ ୫୦ ଜଣ ରୁ ଉର୍ଦ୍ଧ ଯାତ୍ରୀ ରହିଥିବା ବେଳେ ୨୫ ରୁ ଉର୍ଦ୍ଧ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସିନ୍ଧେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅପର ପକ୍ଷରେ ତୁର୍କୀଭଟା ଗାଁ ଲୋକ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରୁଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସିନ୍ଧେକେଲା ପୋଲିସ ଗ୍ରାମ ବାସୀଙ୍କ ସହ ପରିସ୍ଥିତି ନିୟନ୍ତ୍ରଣ କରିବା ଙ୍କୁ ଚେଷ୍ଟା କରୁଛି ।
Sign in
Sign in
Recover your password.
A password will be e-mailed to you.