ଝାରସୁଗୁଡ଼ାରେ ପ୍ରଥମ ଥର ପାଇଁ ସଫଳ ଡୁଏଲ୍ ଚାମ୍ବର ପେସମେକର ପ୍ରତ୍ୟାରୋପଣ

14

BMRC କାର୍ଡିଆକ କେୟାର ହସ୍ପିଟାଲର ଐତିହାସିକ ସଫଳତା

ଝାରସୁଗୁଡ଼ା, ଅକ୍ଟୋବର ୩୦, ୨୦୨୬: ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି BMRC ଝାରସୁଗୁଡ଼ା କାର୍ଡିଆକ କେୟାର ହସ୍ପିଟାଲ। ଜିଲ୍ଲାରେ ପ୍ରଥମ ଥର ପାଇଁ ସଫଳତାର ସହ ଡୁଏଲ୍ ଚାମ୍ବର ପେସମେକର ପ୍ରତ୍ୟାରୋପଣ କରାଯାଇଛି।

ହୃଦରୋଗ ବିଶେଷଜ୍ଞ ଡା. ବିକ୍ରମାଦିତ୍ୟ ପଢ଼ୀ ଙ୍କ ନେତୃତ୍ୱରେ ୭୫ ବର୍ଷୀୟ ବୃଦ୍ଧ ରୋଗୀଙ୍କ ଦେହରେ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଛି। ରୋଗୀ ହୃଦଗତି ଅତ୍ୟନ୍ତ କମ୍ ହେବା, ମୁଣ୍ଡ ବୁଲାଇବା ଏବଂ ଦୁର୍ବଳତା ରୋଗରେ ପୀଡିତ ଥିଲେ। ବର୍ତ୍ତମାନ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ଥିର ଅଛନ୍ତି।

ଏହା ପୂର୍ବରୁ ଏଭଳି ଉନ୍ନତ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଭୁବନେଶ୍ୱର କିମ୍ବା ରାୟପୁର ଯିବାକୁ ପଡୁଥିଲା, ଏବେ ମେଟ୍ରୋ ସହର ସ୍ତରର ଉନ୍ନତ ହୃଦରୋଗ ଚିକିତ୍ସା ଝାରସୁଗୁଡ଼ାରେ ହିଁ ଉପଲବ୍ଧ।

ଡା. ବିକ୍ରମାଦିତ୍ୟ ପଢ଼ୀ କହିଛନ୍ତି: “ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ। ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା, କିନ୍ତୁ ଡୁଏଲ୍ ଚାମ୍ବର ପେସମେକର ସଫଳତାର ସହ ଲଗାଯାଇଛି। ଏହା ଦ୍ୱାରା ରୋଗୀଙ୍କ ଜୀବନଶୈଳୀରେ ବହୁତ ଉନ୍ନତି ଆସିବ।”

Leave A Reply

Your email address will not be published.