ଶିକ୍ଷୟତ୍ରୀଙ୍କୁ ଛୁରୀ ମାରି ନିଜ ବେକ କାଟିଲେ ଯୁବକ 

0

ଛଡାଛଡିରେ ଆହତ ହେଲେ ତିନିଜଣ 

ନୟାଗଡ଼(ବିଶ୍ୱଜିତ ନାୟକ) -ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡା ଠାରେ ଦେଖିବାକୁ ମିଳିଛି ଯୁବକଙ୍କ ଉନ୍ମତ କାଣ୍ଡ । ଶିକ୍ଷୟତ୍ରୀ ଙ୍କୁ ଘର ଭିତରେ କୌଣସି କାରଣରୁ ଛୁରାମାଡ କରି ନିଜ ବେକ ନିଜେ କାଟିଛନ୍ତି ଯୁବକ ଜଣକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଛି । ଶିକ୍ଷୟତ୍ରୀ ଜଣକଙ୍କର ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରେ ହୋଇଥିବା ବେଳେ ସେ 8 ବର୍ଷ ଧରି ଶରଣକୁଳ ଗୋଡିପଡା  ସର୍ଦାର ପଟେଲ ବିଦ୍ୟାପିଠରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।  କେନ୍ଦ୍ରାପଡା ଜିଲା ପଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗୋଡିପଡା ଗ୍ରାମକୁ ଆସି ଶିକ୍ଷୟତ୍ରୀଙ୍କୁ  ପ୍ରଥମେ ଖୋଜିଥିଲେ,ସେ ଘରେ ଥିବା ଜାଣି ଘରକୁ ଯାଇ ହଠାତ୍ ଶିକ୍ଷୟତ୍ରୀଙ୍କୁ ଛୁରା ମାଡ କରିଥିଲେ ଏବଂ ତାଙ୍କ ବେକରେ  ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକ ଛଡେଇବାକୁ ଚେଷ୍ଟା କରୁଥିବା ବେଳେ  ଯୁବକ ଜଣଙ୍କ ନିଜ ବେକକୁ ନିଜେ କାଟି ଦେଇଥିଲେ । ଫଳରେ ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଛଡ଼େଇବା ସମୟରେ ଘରମାଲିକଙ୍କ ସମେତ 3 ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.