ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ 

0

ପୁରୀ: ଶନିବାର  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ କଂଗ୍ରେସ ଭବନରେ ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ ଉପଲକ୍ଷେ ଏକ ରକ୍ତଦାନ ସିବିର ଅନୁଷ୍ଠିତ ହୋଇଥିଲା । 

ପ୍ରଥମେ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଗାନ୍ଧୀଘାଟ ଯାଇ ଗାନ୍ଧିଜୀଙ୍କୁ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ପରେ ସକାଳ ୯ ଘଣ୍ଟିକାରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାୟଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅଜିତ ମଙ୍ଗରାଜ, ସେବାଦଳ ଜିଲ୍ଲା ମୁଖ୍ୟ  ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉତ୍ତମ ଆଚାର୍ଯ୍ୟ, ଉମାପଦ ମିଶ୍ର, ସରସ୍ବତୀ ପାତ୍ର, ରାଜେଶ ମିଶ୍ର, ବିନାୟକ ଦାସମହାପାତ୍ର, ବିଦୁତଲତା ଆଚାର୍ଯ୍ୟ, ବୈଦ୍ୟନାଥ ପାଣି, ଜିବିତେଶ ରଥ, କାଳିପ୍ରସାଦ ନାୟକ, ଶ୍ରୀବତ୍ସ ରଥ, ସୈାରଭ ପଟ୍ଟନାୟକଙ୍କ, ସୁକାନ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ପାଇକରାୟ, ବିଶ୍ବରଂଜନ ମହାପାତ୍ର, ଆଶୁତୋଷ ମିଶ୍ର, ଶୁଭ୍ରନ୍ତ ମିଶ୍ର ବିଶ୍ଵନାଥ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.