କଣ୍ଟାବାଞ୍ଜି:(ଚୁଡାମଣି ସୁନା)କଣ୍ଟାବାଞ୍ଜି ବନ ବିଭାଗ ଚଢ଼ାଉ କରି ଚୋରା ଚାଲାଣ ହେଉଥିବା କାଠ ଗଣ୍ଡି ସହ ଏକ ଟ୍ରାକ୍ଟର ଜବତ କରିଛି।ତେବେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି।ପ୍ରକାଶ ଯେ ବନ ବିଭାଗ କର୍ମଚାରୀ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ କେ ଭି କଲେଜ ନିକଟସ୍ଥ କାଦୋବସା ରାସ୍ତା ଦେଇ ଏକ ଟ୍ରାକ୍ଟର କାଠ ଗଣ୍ଡି ନେଇ ଯାଉ ଥିବା ଦେଖି ଅଟକାଇ ଥିଲେ।ବନ କର୍ମଚାରୀ କୁ ଦେଖି ଟ୍ରାକ୍ଟର ଚାଳକ ଫେରାର ହୋଉଥିଲେ।ବନବିଭାଗ କାଠ ଗଣ୍ଡି ଏବଂ(ଓ ଡି 03 ଏସ5590)କୁ ଜବତ କରି ବନବିଭାଗ କାର୍ଯ୍ୟଳୟ ରେ ରଖିଛି।ଚଢ଼ାଉ ରେ କଣ୍ଟାବାଞ୍ଜି ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଳିଆ, ଫରେଷ୍ଟର ଆଦିତ୍ୟ ମିଶ୍ର, ଫରେଷ୍ଟ ବିଟ ଗାର୍ଡ ଚନ୍ଦ୍ରକାନ୍ତି ସୁନା, ଫରେଷ୍ଟ ଗାର୍ଡ ଚନ୍ଦ୍ର ଶେଖର ପାରା ସ୍କୋଡ଼ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.