ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କୋକନରା ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ ନିକଟସ୍ଥ କରଲାମାଲ ଗ୍ରାମର ରୋହିତ ସରଯାଲ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ରୋହିତଙ୍କର ବାମ ଗୋଡ଼ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଯାଇଥିଲା । ଗ୍ରାମବାସୀ ମାନଙ୍କର ସହଯୋଗ ରେ ପ୍ରଥମେ ରୋହିତ କୁ ପାଇକମାଲ ସରକାରୀ ଡାକ୍ତରଖାନା କୁ ନିଆ ଯାଇଥିଲା । ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଉପଚାର ପରେ ତୁରନ୍ତ ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିଲା । ପଦ୍ମପୁର ଉପଜିଲ୍ଲାପାଳ ଏହି ଘଟଣାରେ ଦୁଖଃ ପ୍ରକାଶ କରିବା ସହିତ ରୋହିତଙ୍କୁ ତୁରନ୍ତ ରେଡ଼କ୍ରସ ପାଣ୍ଠିରୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି । ଆହତ ବ୍ୟକ୍ତି ଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବା କାରଣରୁ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ କୋକନରା ଗ୍ରାମବାସୀ ମାନେ ଦାବି କରୁଥିବା ବେଳେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଛି ଘଟଣା ର ତଦନ୍ତ କରୁଥିବା ଓ ଗ୍ରାମବାସୀ ମାନଙ୍କର ସହିତ ଆଲୋଚନା କରୁଥିବା ଜଣା ପଡ଼ିଛି ।
Sign in
Sign in
Recover your password.
A password will be e-mailed to you.