ପ୍ରସ୍ତାବିତ ଜେଏମଏଫସି କୋର୍ଟ ସ୍ଥାନ ବୁଲି ଦେଖିଲେ ଜିଲ୍ଲାଜଜ

0 2

ବରଗଡ :- ଆଜି ସନ୍ଧ୍ୟା ସମୟରେ ବରଗଡ ଜିଲ୍ଲା ଜଜ ଶ୍ରୀ ସଞ୍ଜୟ କୁମାର ସାହୁ ପାଇକମାଲ ଗସ୍ତରେ ଆସି ପ୍ରସ୍ତାବିତ ଅସ୍ଥାୟୀ ଜେଏମଏଫସି କୋର୍ଟ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦୁଇ ଗୋଟି ସ୍ଥାନ ବୁଲି ଦେଖିବା ସହିତ ପାଇକମାଲ ବ୍ଲକ ପରିସରରେ ଥିବା ପୁରୁଣା ବ୍ଲକ ଅଫିସ ରେ କିଛି ମରାମତି କାର୍ଯ୍ୟ କରାଇ ଏହି ଅଫିସକୁ କୋର୍ଟ କରାଯିବାର ସ୍ଥିର କରିଥିଲେ । ପାଇକମାଲ  ବ୍ଲକ ଭିତରେ ଥିବା କାରଣରୁ ଏହି ସ୍ଥାନରେ ଲୋକଙ୍କୁ ସୁବିଧା ହେବ । ପୁରୁଣା  କୋଠାକୁ ମରାମତି କରାଯାଇ ନୂତନ କୋର୍ଟ ତିଆରି ହେବା ପର୍ଯନ୍ତ ଏହି ଠାରେ କୋର୍ଟ କାମ ହେବ । ଜିଲ୍ଲା ଜଜଙ୍କର ଆଜିର ଏହି ଗସ୍ତ ସମୟରେ ପାଇକମାଲର ବରିଷ୍ଠ ଓକିଲ ଶ୍ରୀ ମନୋଜ କୁମାର ତ୍ରିବେଦୀ , ରାମରତନ ପୁରୋହିତ , ରାଜ କିଶୋର ସାହୁ , ପୁର୍ତ୍ତ ବିଭାଗର ଏସଡ଼ିଓ , ପାଇକମାଲ ବ୍ଲକର ଯନ୍ତ୍ରୀ , ପାଇକମାଲ ନାଗରିକ କମିଟିର ବାରିଷ୍ଟ ସଦସ୍ୟ ଶ୍ରୀ ବିନୋଦ କାଳିଆ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପସ୍ଥିତ ଥିଲେ । 

      ସ୍ଥାନ ନିରୂପଣ ସରିବା ପରେ ବିଚାରପତି ଶ୍ରୀ ସାହୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ନୃସିଂହନାଥ ମନ୍ଦିରର ପରିବେଶ ଓ ବ୍ୟବସ୍ଥା ଦେଖି ବିଚାରପତି ଅତ୍ୟନ୍ତ ଖୁସି ଜାହିର କରିଥିଲେ । 

Leave A Reply

Your email address will not be published.