ବେଆଇନ ମଦ ବେପାରକୁ ନେଇ ଗଣ୍ଡଗୋଳ

0 2

ବାରିପଦା, (ଦିଲ୍ଲୀପ ମହାନ୍ତି): ବାରିପଦା ଟାଉନ ଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ନୁଆସାହି ଅଞ୍ଚଳରେ ଦିର୍ଘଦିନ ଧରି ଚାଲିଥିଲା ବେଆଇନ ଦେଶୀ ଏବଂ ବିଦେଶୀ ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ଏନେଇ ସାହିର କିଛି ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ବାରିପଦା ଅବକାରୀ ବିଭାଗ ସମେତ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଚଢାଉ କରାଯାଇଥିଲା। ତେବେ ଏହା ପରେ ସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ମଦ ବିରୋଧରେ ଅଭିଯୋଗ କରିଥିବା ଜନୈକା ମହିଳା ଘରେ ଏକା ଥିବାର ସୁଯୋଗ ନେଇ ଜଣେ ମଦ ବ୍ୟବସାୟୀ ସମେତ ଅନ୍ୟ କିଛି ବେଆଇନ ମଦ ବେପାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ସାହିରେ କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଛତ୍ରଛାୟାରେ ଏହି ବେଆଇନ ମଦ ବିକ୍ରି ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଏନେଇ ବାରିପଦା ଟାଉନ୍ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.