ବରିଷ୍ଠ କଂଗ୍ରେସ ନେତାଙ୍କୁ ଶ୍ରଦ୍ଧାଞ୍ଜଳି

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନରେ ଆଜି ବର୍ଷୀୟାନ କଂଗ୍ରେସ ନେତା ହରିବନ୍ଧୁ ତ୍ରିପାଠୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅବସ୍ଥି ସଭାପତିତ୍ବ କରି ଶ୍ରୀ ତ୍ରିପାଠୀଙ୍କ ସ୍ମୃତିଚାରଣ କରିବା ସହ ଝାରସୁଗୁଡ଼ା କଂଗ୍ରେସ ପ୍ରତି ତାଙ୍କର ଅବଦାନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଉପସ୍ଥିତ ଥିବା ଅନ୍ୟାନ୍ୟ କଂଗ୍ରେସ କର୍ମୀ ମଧ୍ୟ ଶ୍ରୀ ତ୍ରିପାଠୀଙ୍କ କଂଗ୍ରେସ ଦଳ ପ୍ରତି ଉତ୍ସର୍ଗୀକୃତ ଜୀବନକୁ ମନେ ପକାଇ ତାଙ୍କ ମୃତ୍ୟୁ ଝାରସୁଗୁଡ଼ା କଂଗ୍ରେସ ପ୍ରତି ଅପୂରଣୀୟ କ୍ଷତି ବୋଲି କହିଥିଲେ। ସ୍ବର୍ଗତ ତ୍ରିପାଠୀଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। 

ଜଣେ ଉତ୍ସର୍ଗୀକୃତ କଂଗ୍ରେସ କର୍ମୀ ଭାବରେ ଝାରସୁଗୁଡ଼ା ଜିଲ୍ଲାରେ ଜଣାଶୁଣା ଥିବା ଶ୍ରୀ ତ୍ରିପାଠୀଙ୍କ ଜନ୍ମ ୫ ମେ ୧୯୪୦ ମସିହାରେ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ କଂଗ୍ରେସ  କାର୍ଯ୍ୟାଳୟ ତାଙ୍କରି ଘରୁ ଆରମ୍ଭ ହୋଇଥିଲା। ଗତ ୧୬ ଜାନୁଆରୀରେ ସେ ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ କଂଗ୍ରେସ ଦଳ ସହ ଅନ୍ୟାନ୍ୟ ଦଳର ଲୋକ ଓ ବିଶିଷ୍ଟ ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଶୋକ ମିଶ୍ର, ମନୀଷ ବାଜପେୟୀ, ବରୁଣ ଓଡାକା, ଶ୍ରୀ ଅଲେଖ, ନିଖିଲ ଭାଇ, ଭଗିରଥ ପାତ୍ର, ସୁଖଦେବ ବାଗ, ସଞ୍ଜୟ ପାଲ, ଶରତ ନାଗ, ଭୁବନେଶ୍ବର ସାହୁ ଓ ରାହୁଲ ଠାକୁର ପ୍ରଭୃତି ଉପସ୍ଥିତ ଥିଲେ।

Leave A Reply

Your email address will not be published.