ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ ।

0 2

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା କୁଟରୁ ଥାନା ଅନ୍ତର୍ଗତ କେତୁଲନାର ସୀମା ଜଙ୍ଗଲ ମଧ୍ୟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏହି ଗୁଳିବିନିମୟ ରେ ମାଓବାଦୀ ସଂଗଠନ ର ଫରସେଗଡ଼ ଆକ୍ସନଟିମ ର ଡେପୁଟି କମାଣ୍ଡର ସାୟବୋ (ଛଦ୍ମନାମ)ରାନୁ ଏନକାଉଣ୍ଟର ରେ ନିହତ ହୋଇଛି ଏବଂ ଜଣେ ଯବାନକୁ ଗୋଡ଼ରେ ଗୁଳି ଲାଗିବାରୁ ଆହତ ହୋଇଛନ୍ତି ଘଟଣା ସ୍ଥଳ ରୁ ପିସ୍ତଲ,12ବୋର ବନ୍ଧୁକ,  ଗୁଳି,ଟିଫିନବମ, ଇଲେକ୍ଟ୍ରିକ ତାର, ମାଓବାଦୀ ପୋଷାକ,  ତୀରବମ ଓ କିଛି  ଦୈନିକ ଉପଯୋଗୀ ସାମଗ୍ରୀ ଜବତ କରିଛି ପୋଲିସ ମୃତ ମାଓବାଦୀ ଡେପୁଟି କମାଣ୍ଡର ସାୟବୋ (ରାନୁ ) ନାଁ ରେ ଛତିଶଗଡ ସରକାର ଆଠ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ କିନ୍ତୁ ଗତ କାଲି ସୁରକ୍ଷାବଳ ଙ୍କ ଗୁଳି ରେ ତାର ମୃତ୍ୟୁ ହୋଇଛି l ମୃତ ମାଓବାଦୀ ଡେପୁଟି କମାଣ୍ଡର ସାୟବୋ (ରାନୁ ) ବହୁ ଅପରାଧ ରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି ନିରୀହ ଲୋକଙ୍କ ଗଳା କାଟିବା ଲୁଟମାର କରିବା, ଲୋକଙ୍କୁଠୁ ଜୋରଜବରଦସ୍ତ ପଇସା କଲେକ୍ସନ କରିବା, ରାସ୍ତା କଡ଼ ରେ ସୁରକ୍ଷା ବଳ ଙ୍କୁ ଲକ୍ଷ୍ୟ ରଖି ଲ୍ୟାଣ୍ଡମାଇନ ଛନ୍ଦିବା, ଅପହରଣ କରି ଲୋକଙ୍କୁ ହତ୍ୟା କରିବା ରେ ସେ ଲିପ୍ତ ଥିଲା ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ସୁରକ୍ଷା ବଳ ଦ୍ୱାରା  କମ୍ବିଂ ଅପେରସନ ଜୋରଦାର ଚାଲିଛି ବିଜାପୁର  ପୋଲିସ ଅଧିକ୍ଷକ ଘଟଣା ର ପୁଷ୍ଟି କରିଛନ୍ତି l

Leave A Reply

Your email address will not be published.