ସର୍ବଭାରତୀୟ ଟି-୨୦ ଓଡ଼ିଶା ଟିମର ନେତୃତ୍ୱ ନେବେ  ଶୁଭ୍ରାଂଶୁ ସେନାପତି ।

0

ଝାରସୁଗୁଡ଼ାରୁ ଅଙ୍କିତ ଓ ତରୁଣ ଟିମରେ ସାମିଲ 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଆସନ୍ତା  ୧୦ ଜାନୁଆରୀରୁ କୋଲକାତାଠାରେ ଆରମ୍ଭ ହେବାକୁ ଯାଉଥିବା ସୈୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫି ପାଇଁ ଓଡ଼ିଶା ଦଳର ଚୟନ ହୋଇଯାଇଛି। ଏହି ଟିମର ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି। ଏହି ଟିମରେ  ଝାରସୁଗୁଡ଼ାର ଦୁଇ ଜଣ  ଯୁବ ଖେଳାଳୀ ଅଙ୍କିତ ଯାଦବ ଓ ତରୁଣ ସା ମଧ୍ୟ ସାମିଲ ହୋଇଛନ୍ତି । 

ଓଡ଼ିଶା ତରଫରୁ ଯେଉଁ ଦଳ ଘୋଷିତ ହୋଇଛି, ସେମାନେ ହେଲେ, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି (ଅଧିନାୟକ),ପ୍ରତୀକ ଦାସ, ଶାନ୍ତନୁ ମିଶ୍ର, ଅଙ୍କିତ ଯାଦବ, ଆଦିତ୍ୟ ରାଉତ, ଗୌରବ ଚୌଧୁରୀ, ସୁକେଶ ହୀରା, ୱାଲଟର ଟୋପୋ, ରାଜେଶ ଧୋପର (ୱିକେଟ କିପର), ପ୍ରବୀଣ ଲୋହା (ୱିକେଟ କିପର),ସୂର୍ଯ୍ୟକାନ୍ତ ପ୍ରଧାନ, ସର୍ବେଶ୍ବର ମହାନ୍ତି, ତରଣୀ ସା, ପପ୍ପୁ ରେ, ଅଙ୍କିତକର ଜୟସ୍ବାଲ, ରାଜେଶ ମହାନ୍ତି, ସୁନୀଳ କୁମାର ରାଉଲ ଓ ଆଶିଷ ରାଏ।

Leave A Reply

Your email address will not be published.