ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ 

0

ପଦ୍ମପୁର-ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ଓ ଝାରବନ୍ଧ ବ୍ଳକ ରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ହୋଇଥିଲା । ବୈଠକରେ ନବ କାର୍ଯ୍ୟଭାର ପାଇଥିବା ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଅତାବିରା ଶ୍ରୀ ନିହାର ମାହାନନ୍ଦ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ ଏବଂ ବରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା  ଶ୍ରୀ ରାଜକିଶୋର ଷଡଙ୍ଗୀ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ଏବଂ ଲୋକଙ୍କ ସ୍ଥାନୀୟ ସମସ୍ୟା ଗୁଡିକରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଗକୁ ନୂତନ ବ୍ଲକ କଂଗ୍ରେସ କମିଟି ଗଠନ ପାଇଁ ଆଲୋଚନା କରିଥିଲେ। ଏହି ସଭାରେ ପାଇକମାଲ ଓ ଝାରବନ୍ଧ ବ୍ଳକ ର ବିନୋଦ କାଲିଆ,ଗଜରାଜ ପୁଟା,ଚନ୍ଦୁ ପ୍ରଧାନ,ମହେନ୍ଦ୍ର ଖୁଣ୍ଟିଆ,ବିନୋଦ ବିଶ୍ବାଳ,ବିଜୟାନନ୍ଦ ମାହାନ୍ତି ବିରଦତ୍ୟ ସାହୁ,ଉଦ୍ଧବ ପ୍ରଧାନ,ଜଗଦୀଶ ସାହୁ,ମୁଜଫର ହୁସେନ, ଗୋପୀନାଥ ସରାପ,ଗୋବିନ୍ଦ ପଟେଲ,ମହନ ସେଠ ଉପସ୍ଥିତ ଥିଲେ ।

Leave A Reply

Your email address will not be published.