କୋରୋନା ଟୀକା ଦିଆଯିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଯାଇଛି :ସ୍ବାସ୍ଥ୍ୟମନ୍ତ୍ରୀ 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ଟୀକାକରଣ ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଯାଇଛି। କୋଭିଡ ଟୀକା ଆସିବା ପରେ ଯେପରି ଟୀକାକରଣ ନିମନ୍ତେ କୌଣସି ଅବହେଳା ନ ହୁଏ ସେଥିପାଇଁ ସମସ୍ତ ବ୍ୟବସ୍ଥା ସରକାରୀ ସ୍ତରରେ ନିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି। 

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କିପରି ଓ କେମିତି ଏହି କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରିବେ ତାହାର ଯୋଜନା କରିସାରିଛନ୍ତି। ଏଥିପାଇଁ ୩.୨ ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ ୧.୪ ଲକ୍ଷ ଆସିଡିଏସ କର୍ମୀ ଏଥିରେ ନିଯୁକ୍ତ ହେବେ। ଏହି ପରିପ୍ରେକ୍ଷୀରେ ୮୨୬୭ ଭେକ୍ସିନେଟର ଓ ୨୯,୨୭୬ ଟୀକାକରଣ ସ୍ଥଳୀରେ ଚିହ୍ନଟ କରାଯାଇ ସାରିଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ କୋଭିଡ ପୋର୍ଟାଲର କାର୍ଯ୍ୟ ମଧ୍ୟ ହୋଇଯାଇଥିବା ସେ ଜଣାଇଛନ୍ତି। କୋଭିଡ ଟୀକା ରଖିବା ପାଇଁ ୧୨୨୨ଟି ସ୍ଥାନ ନିରୂପଣ ହୋଇଥିବା ଏବଂ ଷ୍ଟେଟ ଷ୍ଟିଅରିଂ କମିଟି ନିୟନ୍ତ୍ରଣରେ ଜିଲ୍ଲା ଓ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.