ପୋଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ : ୧ବନ୍ଧୁକ ଜବତ ।

0

ମାଲକାନଗିରି :-(ବି ଶ୍ରୀନିବାସ ପାତ୍ର)-ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳରେ ଫୁଟିଲା ଗୁଳି । ସୁରକ୍ଷାକର୍ମି  ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଦୁଇ ମାଓବାଦୀ ମୃତ । ମାଓ ଦମନ ଅଭିଯାନରେ ପୋଲିସର ଏହା ଆଉ ପାଦେ ସଫଳତା ବୋଲି କୁହାଯାଇପାରେ । ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣେ ମହିଳା ମାଓବାଦୀ  ଜଣଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡ଼ି ନାହିଁ ।ଉଭୟ ଛତିଶଗଡ ଅଞ୍ଚଳ ବୋଲି ସୂଚନା ମିଳୁଛି, ତେବେ ଦୁଇ ଜଣ ଦୀର୍ଘ ଦିନ ହେବ ମାଓ ସଂଗଠନରେ କାମ କରୁଥିବା ନେଇ ପୋଲିସ ଅନୁମାନ କରୁଛି ।

ଏହି ଘଟଣା ସିଙ୍ଗାରାମଠାରେ ଘଟିଛି । ୧୦ରୁ ଅଧିକ ମାଓବାଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ସୁରକ୍ଷାକର୍ମି  ମାନେ ସେଠାରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା । ସୁରକ୍ଷାକର୍ମି  ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏସ୍‌ଓଜି, ଯବାନ ଓ ଡିଭିଏଫ୍‌ ଯବାନ ଏହି ଅପରେସନ୍‌ରେ ସାମିଲଥିଲେ ।

Leave A Reply

Your email address will not be published.