ସ୍ୱାଭିମାନ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଭୁବନେଶ୍ୱର ଟିମ ।

0

ଆରଡ଼ି ବିଭାଗର ଯନ୍ତ୍ରୀ ସାଇଙ୍କ ମନମାନୀ କାମକୁ ନେଇ ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ 

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର )-ଗତ କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଥିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ନିଜର ଗସ୍ତ ସମୟରେ ସ୍ୱାଭିମାନ ଅଞ୍ଚଳରେ ସରକାର ଙ୍କ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। ସେହି ସମୟରେ ସେ ସ୍ୱାଭିମାନ ଅଂଚଳର ହେଉଥିବା ରାସ୍ତା ଘାଟ କାର୍ଯ୍ୟ ବୁଲି ଦେଖିଥିଲେ। ତେବେ ସ୍ୱାଭିମାନ ଅଞ୍ଚଳରେ କୌଣସି ରାଜନେତା ନଥିବାରୁ ସେ ପ୍ରଶାସନିକ ଅଧିକାରୀ ମାନଙ୍କର ହୁକୁମ ଚାଲିଥିବା ଦେଖିଥିଲେ। ଯେଉଁ ରାସ୍ତା କାମ ଚାଲିଛି ସେଥିରେ ନିମ୍ନମାନର ମେଟାଲ ବ୍ୟବହାର ହେଉଥିବା ସହ ସିମେଣ୍ଟ ମଧ୍ୟ ନିମ୍ନମାନର ବ୍ୟବହୃତ ହେଉଥିବା ଦେଖିଥିଲେ। ଏହାସହ ଆରଡି ବିଭାଗର ଏକମାତ୍ର ପ୍ରଶାନ୍ତ କୁମାର ବେହେରା(ସାଇ) ନାମକ ଯନ୍ତ୍ରୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଦେଖିଥିଲେ। ତେବେ ଏପରି ନିମ୍ନମାନର କାର୍ଯ୍ୟ ଦେଖି ସେ ସରକାରଙ୍କୁ ବହୁ ସମାଲୋଚନା କରିଥିଲେ। ଏହାସହ କେବଳ ସେ କଣ ଜଣେ ମାତ୍ର ଆରଡ଼ି ବିଭାଗର ଯନ୍ତ୍ରୀ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ଆଉ କଣ ବିଭାଗ ରେ କେହି ଯନ୍ତ୍ରୀ ନାହାନ୍ତି କି ବୋଲି ଓଲଟା ସରକାର ଙ୍କୁ ପ୍ରଶ୍ନ କରିଥିଲେ। ସ୍ୱାଭିମାନ ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ସେ ଜଣେ ମାତ୍ର ଯନ୍ତ୍ରୀ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି। ଯଦି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରନ୍ତି ତାହେଲେ ସାଇ ନାମକ ଯନ୍ତ୍ରୀ ସେମାନଙ୍କ କଥାକୁ ଖାତିର ନ କରି ଗାଡ଼ିରେ ବସି ଚାଲି ଯାଉଥିବା ଅଭିଯୋଗ କରିଛନ୍ତି। ତେବେ ପ୍ରଦୀପ ମାଝି ଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ ପରେ ବର୍ତ୍ତମାନ ଭୁବନେଶ୍ୱରରୁ ଏକ ଟିମ ସ୍ୱାଭିମାନ ଅଞ୍ଚଳରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି। ଇଆଇସି ଚନ୍ଦ୍ରମୌଳୀ ପଟ୍ଟନାୟକ ଏବଂ ଏସଇ ପ୍ରମୋଦ କୁମାର ଜେନା ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ହେଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବହୁ ଦୁର୍ନୀତି ହେଉଥିବା ଦେଖି ସେ ସାଇ ନାମକ ଯନ୍ତ୍ରୀ ଙ୍କ ଉପରେ ବିଗିଡିଥିଲେ। ଏହାସହ ସମସ୍ତ କାର୍ଯ୍ୟ ଠିକ ରୂପେ କରିବା ପାଇଁ ଆଦେଶ ଦେଇଥିଲେ। ତେବେ ସମ୍ପୃକ୍ତ ଠିକାଦାର ଏବଂ ଏହି ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ହେତୁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ୱାଭିମାନ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ଯନ୍ତ୍ରୀ (ସାଇ) ଜଣଂକ  ଘୋଡାଉପରେ ବସି ନିଜର ଫୋଟୋକୁ tweeter ମାଧ୍ୟମରେ ସେୟାର  କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ବାହାବାହୀ ନେଇ ଗର୍ବରେ କାହାରି କଥା କୁ ନଜର ନଦେବାର ନଜିର ରହିଛି ।   ତେବେ ଆଗାମୀ ଦିନରେ ଏହି ଯନ୍ତ୍ରୀଙ୍କୁ ହଟାଇ ଆରଡ଼ି ବିଭାଗ ର ଅନ୍ୟ ଯନ୍ତ୍ରୀଙ୍କୁ ଏହି କାର୍ଯ୍ୟ ଗୁଡିକର ଦାୟିତ୍ୱ ଦିଆଯାଉ ବୋଲି ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.