ଧଳାକୋଟ୍ ଏକ ପୋଷାକ ନୁହେଁ, ଏହା ରୋଗୀଙ୍କ ବିଶ୍ୱାସ ଓ ସେମାନଙ୍କ ପ୍ରତି ଦାୟିତ୍ୱର ପ୍ରତୀକ : ସୋଆ ଉପସଭାପତି

46


ଭୁବନେଶ୍ୱର, ୨୬/୧୦
: ରୋଗୀଙ୍କ ଦାନ୍ତର ଚିକିତ୍ସା ପାଇଁ ଦକ୍ଷତା ଆବଶ୍ୟକ । କିନ୍ତୁ ରୋଗୀଙ୍କ ବିଶ୍ୱାସ ଜିତିବା ପାଇଁ ସମ୍ବେଦନଶୀଳତା ଓ କରୁଣା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।
ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ ସାଇନସେସ୍ (ଆଇଡିଏସ୍)ର ୨୦୨୬ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ନବାଗତ ବିଡିଏସ୍ ଓ ଏମ୍ଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଆୟୋଜିତ ଓରିଏଂଟେସନ୍ ଓ ହ୍ୱାଇଟ କୋଟ ସେରିମୋନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଧଳା କୋଟ୍ କେବଳ ଏକ ପୋଷାକ ନୁହେଁ, ଏହା ଜ୍ଞାନ, ଚିକିତ୍ସାଗତ ଦକ୍ଷତା, ସଚ୍ଚୋଟତା ଓ ମାନବିକତାର ପ୍ରତୀକ । ତେଣୁ ଛାତ୍ରଛାତ୍ରୀମାନେ ଏହି ଚିକିତ୍ସା ବୃତିର ମୂଲ୍ୟବୋଧକୁ ହୃଦୟଙ୍ଗମ କରି ରୋଗୀଙ୍କ ପ୍ରତି ଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀମତି ଦାସ କହିଥିଲେ ।


ସୋଆ ତା’ର ସବୁ ଅନୁଷ୍ଠାନରେ ଗୁଣବତାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଆଇଡିଏସ୍ ଲଗାତାର ଭାବେ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ୍) ରାଙ୍କିଙ୍ଗରେ ୨୦୨୫ରେ ଦେଶର ଶ୍ରେଷ୍ଠ ୯ମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ ନିଜ ସ୍ଥାନ ବଜାୟ ରଖିଛି । ତେଣୁ ଏହି ଅନୁଷ୍ଠାନର ଗାରିମାକୁ ଛାତ୍ରଛାତ୍ରୀ ହିଁ ଆଗକୁ ନେଇପାରିବେ ବୋଲି ଶ୍ରୀମତି ଦାସ ମନ୍ତବ୍ୟ ଦେଇଥିଲେ ।
କାର୍ଯ୍ୟକ୍ରମରେ ଆଇଡିଏସ୍ ଡିନ ପ୍ରଫେସର ରୁଚି ଭୂୟାଁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆ କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ବୁଝାଇଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆଇଡିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ଅଭିଜିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଫେସର ଗାଥା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ହିପୋକା୍ରଟିକ୍ ଶପଥ କରାଇଥିଲେ ।

Leave A Reply

Your email address will not be published.