ବାର୍ କାଉନସିଲ ସଦସ୍ୟ ଆଇନଜୀବୀ ଜ୍ଞାନ ମହାନ୍ତିଙ୍କ ବିୟୋଗ, ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ସମେତ ଶତାଧିକ ବାର୍‌ରଶୋକ।

35


ଭୁବେନେଶ୍ୱର: ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ପୂର୍ବତନ ସଭାପତି ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଆଇନଜୀବୀ ଶ୍ରୀ ଜ୍ଞାନରଞ୍ଜନ ମହାନ୍ତିଙ୍କର ଆଜି ସକାଳେ ଭୁବେନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଧର୍ମପତ୍ନୀ ରଶ୍ମିତା ମହାନ୍ତି ଓ ଦୁଇ ଝିଅ ଡକ୍ଟର ଆଦିଶା ମହାନ୍ତି ଓ ଆଇନଜୀବୀ ଅଭିଲିପ୍ସା ମହାନ୍ତି ଉପସ୍ଥିତ ଥିଲେ ।ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ରାଜ୍ୟ ସଭାପତି-ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସମୀର ନାୟକ,ସୁଶାନ୍ତ ମହାପାତ୍ର, ମନୋରଞ୍ଜନ ମହାନ୍ତି ଓ ସୁବାସ ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ଓ ସଦସ୍ୟ ଧନଞ୍ଜୟ ମୁଣ୍ଡ, ଅରୂପାନନ୍ଦ ଦାସ ଓ ମାନସ ଚାନ୍ଦ, ରାଜ୍ୟ ବାର୍ କାଉନସିଲ ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ଶେଷ ଦର୍ଶନ କରିବା ସହିତ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ଭୁବନେଶ୍ୱର ବାର୍ ଆସୋସିଏସନ୍ ପରିସରରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଭୁବନେଶ୍ୱର ବାର୍‌ରସାଧାରଣ ସମ୍ପାଦକ ସୁମନ ରାଉତରାୟଙ୍କ ସମେତ ଶତାଧିକ ଆଇନଜୀବୀ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ପାଳନ କରିବା ସହିତ ଚଳିତ ବର୍ଷ ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘର ରାଜ୍ୟସ୍ତରୀୟ ସମ୍ମିଳନୀକୁ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିମଞ୍ଚରେ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ସ୍ୱର୍ଗତ ମହାନ୍ତି ଭୁବନେଶ୍ୱର ବାର୍ ଆସୋସିଏସନର ସାଧାରଣ ସମ୍ପାଦକ, ରାଜ୍ୟ ବାର୍ କାଉନସିଲକୁ ୩ଥର ନିର୍ବାଚିତ ହେବା ସହିତ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ସଭାପତି ଓ ସମ୍ପଦକ ଦାୟିତ୍ୱ ତୁଲାଇଥିଲେ ।
ରାଜ୍ୟର ଆଇନଜୀବୀ ମାନେ ସ୍ୱର୍ଗତ ମହାନ୍ତିଙ୍କ ସଙ୍ଘିୟ ନେତୃତ୍ୱକୁ ହରାଇଲେ ବୋଲି ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ସଭାପତି ଶ୍ରୀ ବିଭୁପ୍ରସାଦ ତ୍ରିପାଠୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।

Leave A Reply

Your email address will not be published.