ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହେଲେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଅଞ୍ଚଳରେ ବିଗତ ୨ମାସ ପୂର୍ବରୁ ଏହି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଥିବା ବେଳେ ଶୁକ୍ରବାର ରାତିରେ ପୁଣି ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହେବା ସହ ଗୋଡ ଭାଙ୍ଗି ଯାଇ ଗୁରୁତର ହୋଇ ପଡିଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପିପିଲିକାନୀ ଗ୍ରାମର ବିପିନ ମାଝୀ(୩୭)। ଏହି ଆକ୍ରମଣରେ ଅନ୍ୟ ୨ଜଣ ଆହତ ହୋଇ ଥିବା ଜଣାପଡିଛି।ପ୍ରକାଶ ଥାଉକି ପିପିଲିକାନି ଗ୍ରାମର ବିପିନ ମାଝୀ ୩ଜଣ ସାଥୀଙ୍କ ସହିତ ନିକଟସ୍ଥ ଠେଙ୍ଗ ଡ୍ୟାମକୁ ମାଛ ମାରିବାକୁ ଯାଇ ଥିଲେ।ସେଠାରେ ସେମାନେ ଜାଲ ବିଛାଇ ସବୁ ଦିନ ପରି ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ତମ୍ବୁ କରି ମାଛ ଜଗୁ ଥିଲେ। ହେଲେ ଘଟଣା ଦିନ ମଧ୍ୟ ରାତ୍ରିରେ ତମ୍ବୁ ପାଖକୁ ଦନ୍ତା ହାତୀ ଚାଲି ଆସି ଥିବା ଜାଣି ବାକୁ ପାଇ ଥିଲେ।ହେଲେ ସେତେ ବେଳକୁ ହାତୀ ଆକ୍ରମଣ କରି ବିପିନକୁ କଚାଡି ଦେବାରୁ ସେ ଗୁରୁତର ହୋଇ ଗୋଡ ଭାଙ୍ଗି ଯାଇଥିଲା।କୌଶଳ କ୍ରମେ ସାଥି ମାନେ ସାହସ କରି ହାତୀ ଠାରୁ ବିପିନ ଙ୍କୁ ବଞ୍ଚାଇବା ପାଇଁ ରାତିର ଅନ୍ଧକାରର ମଧ୍ୟ ଡଙ୍ଗା ସାହାଯ୍ୟରେ ଆର ପାର୍ଶ୍ୱ କୂଳକୁ ନେଇ ଯିବାରେ ସକ୍ଷମ ହୋଇଥିଲେ। ତାଙ୍କୁ ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ନିଆଯାଇଛି। ବର୍ତ୍ତମାନର ବିପିନ ଙ୍କ ଅବସ୍ଥା ସ୍ଥିର ଥିବା ଜଣା ଯାଇଛି।ଖବର ପାଇ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ ସେଠି ଘଟଣା ସ୍ଥଳରେ ପହଞ୍ଚିବା ସହ ସରକାରଙ୍କ ଠାରୁ ଆର୍ଥିକ ସହାୟତା କରାଇବା ପାଇଁ ଚେଷ୍ଟା କରା ଯିବ ବୋଲି ପ୍ରକାଶ କରିଥିଲେ। ହେଲେ ଦିନକୁ ଦିନ ହାତୀ ଉପଦ୍ରବ ଓ ଉତ୍ପାତ ଆଦି ବଢୁ ଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ବଡ଼ମାଳ ପଞ୍ଚାୟତ ସରପଞ୍ଚ ସଡାନନ ପ୍ରଧାନ ବନ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରି ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post