ରେଢାଖୋଲ ଓକିଲ ସଂଘ ନିର୍ବାଚନ: ଗଣେଶ୍ୱର ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଓକିଲ ସଂଘର ନିର୍ବାଚନ  ସମ୍ପନ୍ନ ହୋଇ ଫଳାଫଳ ଘୋଷଣା ହୋଇ ଯାଇଛି। ନିର୍ବାଚନ ଅଧିକାରୀ ଜଗନ୍ନାଥ ବିଶ୍ୱାଳ ଏହା ପରିଚାଳନା କରିଥିଲେ। ଏଥିରେ  ସଭାପତି ଗଣେଶ୍ୱର ପ୍ରଧାନ, ଉପ ସଭାପତି ଭବାନୀ ଶଙ୍କର ପଣ୍ଡା, ସାଧାରଣ ସମ୍ପାଦକ ଉମାକାନ୍ତ ମହାନନ୍ଦ, ଯୁଗ୍ମ ସଂପାଦକ ସୁଜିତ କୁମାର ପ୍ରଧାନ, ସହ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, କୋଷାଧ୍ୟକ୍ଷ ଜନ୍ମେଞ୍ଜୟ ସାହୁ, ଲାଇବ୍ରେରିଆନ ତୁସାର କାନ୍ତ କର ନିର୍ବାଚିତ ହୋଇଛନ୍ତି।ସେହିପରି  ଉପଦେଷ୍ଟା ଭାବରେ ଶମ୍ଭୁ ପ୍ରସାଦ ପ୍ରଧାନ, ବିମଳ ଚନ୍ଦ୍ର ପ୍ରଧାନ, ସଜଲ କାନ୍ତ ପାଲ, ଜଗନ୍ନାଥ ବିଶ୍ୱାଳ, ଅଭୟ କୁମାର ବୀର, ହାରୁନ ଖାଁ, ସନ୍ତୋଷ କୁମାର ପୁରୋହିତ, ବିରଞ୍ଚି ନାରାୟଣ ପ୍ରଧାନ ପ୍ରମୁଖ ରହି ଥିବା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇ ଛନ୍ତି।

Leave A Reply

Your email address will not be published.