ଭଞ୍ଜନଗର ( ନିଲୁ ବିଷୋୟୀ ) – ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗିତ ଆସର ଭଞ୍ଜନଗର,ବିଶ୍ବ ମାନବାଧିକାର ଦିବସ ଓ ଗୁରୁ ଆନନ୍ଦ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଡିଫେନ୍ସ୍ କଲୋନୀ ଠାରେ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସଙ୍ଗୀତ ଗୁରୁ ନିମାକାନ୍ତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳା ଓ ସଂସ୍କୃତିର ମାଟି ଘୁମୁସର ମାଟିରେ ବହୁ କଳାକାର ଜନ୍ମ ଗ୍ରହଣ କରି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଏହି ମାଟିକୁ ଗୌରବାନିତ୍ବ କରିଛନ୍ତି ବୋଲି କହିଥିଲେ। ଏଥିସହ ସଙ୍ଗୀତର ମଣିଷ ଜୀବନରେ ଥିବା ମହତ୍ବକୁ ନିଜ ତଥ୍ୟ ଭିତ୍ତିକ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପିକା ଡ. ଉଷା ପାଢୀ ଯୋଗ ଦେଇ ମାନବାଧିକାର ଦିବସର ତାତ୍ପର୍ଯ୍ୟ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ସମ୍ମାନୀତ ଅତିଥିଭାବେ ନାଟ୍ୟ ନିର୍ଦ୍ଦେଶକ ଶିବ ଶଙ୍କର ତ୍ରିପାଠୀ ଯୋଗଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ଲାବଣ୍ୟବତୀ କଳା ମଣ୍ଡପକୁ ଉଦ୍ଘାଟନ କରିଥିଲେ। ଏହାକୁ ସମ୍ପାଦକ ଅଶୋକ ମହାପାତ୍ର ପରିଚାଳନା କରିଥିବା ବେଳେ ଚିନ୍ମୟ କୁମାର ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସଂସ୍କୃତି ରତ୍ନ ନାରାୟଣ ମହାରଣା,ନୃତ୍ୟ ଶିଳ୍ପୀ ଗୋଧୂଳି ନାୟକଙ୍କ ସମେତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ। ଆୟୋଜିତ ଭଞ୍ଜ ସଙ୍ଗୀତ ଆସରରେ ଗୁରୁ ନିମାକାନ୍ତ ରାୟତରାୟ ଭଞ୍ଜ ସଙ୍ଗୀତ ଗାନ କରିଥିବା ବେଳେ ଅନୁଷ୍ଠାନର ରଶ୍ମିତା ଭୂୟାଁ,ସ୍ନିଗ୍ଧାରାଣୀ ଗୌଡ,ସ୍ମିତାରାଣୀ ଗୌଡ,ପୁଷ୍ପଞ୍ଜଳି ସାହୁ,ସୁଧାଂଶୁ ଜେନା,ଶ୍ରୀରେଖା ପାତ୍ର,ସୁଜାତା ପଣ୍ଡା,ଅଭିଷେକ ମହାପାତ୍ର ପ୍ରମୁଖ ଆସରରେ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.