ମୁହଁ ଖୋଲିଲେ ସମ୍ବିତ : ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପକାଇଲେ ତାଳି

10

କହିଲେ ପୁରୀ ଧାମ ଏବଂ ପ୍ରଭୃ ଜଗନ୍ନାଥଙ୍କ ପାଇଁ ଓଡିଶା ପ୍ରସିଦ୍ଧ 

ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟସରକାରଙ୍କୁ ଅନୁରୋଧ କଲେ 

ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଆଉ ଭକ୍ତମାନଙ୍କୁ ବଂଚିତ ରଖନ୍ତୁ ନାହିଁ ରାଜ୍ୟସରକାର

ଭୁବନେଶ୍ୱର,: ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦିୟ ତଥା ଅପମାନ ସୂଚକ ମନ୍ତବ୍ୟକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ହେବ ଓ ଥାନାବାଦୀରେ କଥା ମାମଲା ପର୍ଯ୍ୟନ୍ତ ଯିବା ପରେ ଏବେ ପରିସ୍ଥିତିର ଆବଶ୍ୟକତାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ ପାତ୍ର | ପରୋକ୍ଷରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ଖାରଜ କରିବା ସହ ସେ କହିଛନ୍ତି ଅନାଦି କାଳରୁ ପୁରୀ ଓ ଶ୍ରୀଜଗନ୍ନାଥଙ୍କ ପାଇଁ ଓଡିଶା ସାରା ବିଶ୍ୱରେ ପ୍ରସିଦ୍ଧ | 

ଡ଼ ପାତ୍ର କହିଛନ୍ତି ଯେ  ପ୍ରଭୃ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ବହ୍ମାଣ୍ଡର ପ୍ରାଣକେନ୍ଦ୍ର । କରୋନା ସଙ୍କଟ ସମୟରେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୃଙ୍କ ଦର୍ଶନ ପାଇବାରୁ ବଂଚିତ ଅଛନ୍ତି । ଏବେ ଦେଶର ବିଭିନ୍ନ ରାଜ୍ୟରେ କରୋନା ଗାଇଡଲାଇନ ଅନୁଯାୟୀ ମନ୍ଦିର ଖୋଲା ଯାଇଛି । ରାଜ୍ୟରେ ବି କରୋନା ପୂର୍ବ ଅପେକ୍ଷା ନିୟାନ୍ତ୍ରଣାଧୀନ ରହିଛି । ଭକ୍ତ, ସେବାୟତ ଏବଂ ସାଧାରଣ ଜନତା ନିଜ ପ୍ରଭୃଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ଚିତ୍ତରେ ଚାହିଁ ରହିଛନ୍ତି  । ଏହାକୁ ଦୃଷ୍ଟିରେ ରଖି ଉକ୍ତ ଓ ଭଗବାନଙ୍କ ମଧ୍ୟରେ ଆଉ ବ୍ୟବଧାନ ନଆଣି ତୁରନ୍ତ ଶ୍ରୀମନ୍ଦିର ଖୋଲିବା ପାଇଁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି । 

ଶ୍ରୀ ପାତ୍ର କହିଛନ୍ତି ଯେ, ସ୍ୱୟଂ ଜଗନ୍ନାଥ ପୁରୀରେ ଅନାଦି କାଳରୁ ନିବାସ କରି ଆସୁଛନ୍ତି । ପୁରୀ ଧାମ ଏବଂ ପ୍ରଭୃ ଜଗନ୍ନାଥଙ୍କ ପାଇଁ ଓଡିଶା ସାରା ବିଶ୍ୱରେ ପରିଚିତି ଲାଭ କରିଛି । ଗତ ସାଧାରଣ ନିର୍ବାଚନରେ ମଣିମାଙ୍କ ଅପାର କରୁଣା ଏବଂ ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ମତେ ପ୍ରାପ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ସାଧାରଣଜନତାଙ୍କ ସ୍ୱରକୁ ମୁଁ ରାଜ୍ୟସରକାରଙ୍କ ପାଖରେ ରଖୁଛି । ରାଜ୍ୟସରକାର ଶ୍ରୀମନ୍ଦିର ଦ୍ୱାର ଖୋଲି କୋଭିଡର ଏସଓପି ଅନୁଯାୟୀ ଭକ୍ତକୁ ମନ୍ଦିର ଭିତରେ ପ୍ରବେଶ କରାଇବାର ବ୍ୟବସ୍ଥା କରନ୍ତୁ । ରାଜ୍ୟସରକାର ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ଆଉ ଭକ୍ତମାନଙ୍କୁ ବଂଚିତ ରଖନ୍ତୁ ନାହିଁ । ରାଜ୍ୟସରକାର ଅନୁଶାସନରେ ଭିତରେ ଭକ୍ତମାନଙ୍କୁ ସ୍କ୍ରିନିଂକରାଇବା, ସେମାନଙ୍କ ହାତ ସଫା ଓ ସାନିଟାଇଜା କରିବା ସହ ସାମାଜିକ ଦୂରତା ରଖି ମନ୍ଦିର ଭିତରକୁ ପ୍ରବେଶ କରାଇ ମହାପ୍ରଭୃଙ୍କ ଦର୍ଶନ କରାଇବାର ବ୍ୟବସ୍ଥା କରିବା ପାଇଁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି ।  

 

Leave A Reply

Your email address will not be published.