ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ମାମଲା

0

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ): ଜାତିଆଣ ଆକ୍ଷେପକୁ ନେଇ ଚାରମାଳ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଚାରମାଳ ଥାନା ବଡନୂଆଁପଡା ଗ୍ରାମରେ ଜାତିଆଣ କଥାକୁ ନେଇ ଗ୍ରାମର ଚାଙ୍ଗୁଡା ସୁନା ନାମକ ବ୍ୟକ୍ତି ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିବା ବେଳେ, ସେଇ ଗ୍ରାମର ବିଦ୍ୟାଧର ସାମଲ ଅଭିଯୋଗ କରିଛନ୍ତି ଯେ ଚାଙ୍ଗୁଡା ସୁନାର ପୁଅ ତାଙ୍କ ଘରକୁ ଆସି ଗାଳିଗୁଲଜ କରିଥିବା ଉଭୟ ପକ୍ଷରୁ ଚାରମାଳ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିବା ପୋଲିସ୍ ସୁତ୍ରରୁ ଜଣାପଡିଛି। ୩ ବର୍ଷ ହେଲା ସେହି ଗ୍ରାମରେ ୮ଟି ହରିଜନ ପରିବାର ବସବାସ କରିଆସୁଛନ୍ତି। ସବୁ ସମୟରେ ବହୁବାର ଉଚ୍ଚ ଜାତିର ଲୋକମାନେ ଆମ ୮ ହରିଜନ ପରିବାରକୁ ସେମାନେ ସବୁବେଳେ ଜାତିଆଣ ଆକ୍ଷେପ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ବର୍ଷ ବର୍ଷ ଧରି ବହୁ ହଇରାଣ ହରକତ କରୁଥିବା ସହ ଅତ୍ୟାଚାର କରୁଛନ୍ତି ବୋଲି ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି। ସମାଜରେ ଏବେବି ଜାତିପ୍ରଥା ରହିଛି। ଯା ଫଳରେ ଆଦିବାସୀ ଓ ହରିଜନ ଲୋକ ମାନେ ଉଚ୍ଚ ଜାତିର ଲୋକମାନଙ୍କ ଠାରୁ ଅତ୍ୟାଚାରିତ ହେଉଛନ୍ତି। ଉଭୟ ପକ୍ଷରୁ ମାମଲା ରୁଜୁ ହେବା ସହ ଏହାର ତଦନ୍ତ ଚାଲିଛି ବୋଲି ପୋଲିସ୍ କହିଛି।

Leave A Reply

Your email address will not be published.