ବୁଗୁଡା ଏନଏସି ରେ ବିଜେଡି ର ମିଶ୍ରଣ ପର୍ବ

0 1

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗାନ୍ଧୀ ଜୟନ୍ତୀ ଦିବସରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ଏନଏସି ର ବିଚିତ୍ର ପରିଡାଙ୍କ ନେତୃତ୍ୱରେ ୧୧ ଓ ୧୨ ନମ୍ବର ୱାର୍ଡର ପ୍ରଫୁଲ ବରାଡ଼, ଘନ ଗୌଡ଼, କେଶବ ପାଣିଗ୍ରାହୀ, କନ୍ଧ ପାତ୍ର, ଶନି ପ୍ରଧାନ,ପର୍ଶୁ ନାହାକ, ସୂର୍ଯ୍ୟ ଆଚାରୀ ପ୍ରମୁଖ ୩୪ ଜଣ କର୍ମୀ ଅନ୍ୟ ପାର୍ଟି ସହ ସମ୍ପର୍କ ଛିନ୍ନ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଧାୟକ ଶ୍ରୀ ସାହୁଙ୍କ ଜନ ସମ୍ପର୍କ ଓ ଜନାହିତକର କାର୍ଯ୍ୟ ଏବଂ ନବୀନ ବାବୁଙ୍କ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ଯୋଗଦେଇଥିବା ବେଳେ ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ସ୍ୱାଗତ କରି ଦଳରେ ସାମିଲ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର  ପାଢ଼ୀ, ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ପୂର୍ବତନ ଉପନଗର ପାଳ ଚିତ୍ରସେନ ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.