ପିସ୍ତଲ ମୁନରେ ୪ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଲୁଟ।

0 1

ବୁଗୁଡ଼ା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡ଼ା ଥାନା ଅଞ୍ଚଳରେ ଗତ କାଲି ଅକ୍ଟୋବର ୨ ତାରିଖ ମଧ୍ୟାହ୍ନରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କାର ରୂପା ଛଡ଼ାଇ ନେଇଥିବା ନେଇ ବୁଗୁଡା ଥାନାରେ ଅଭିଯୋଗ ହୋଇଛି। ଜଗନ୍ନାଥ ପ୍ରସାଦ ଥାନା ଖମାରପଲ୍ଲୀ ଗ୍ରାମର ରୂପା ଅଳଙ୍କାର ବ୍ୟବସାୟୀ ଲୋକନାଥ ସାହୁ ପ୍ରତିଦିନ ଭଳି ଆଜି ମଧ୍ଯ ସେ ତାଙ୍କ ଟିଭିଏସ୍ ଏକ୍ସଏଲ ଗାଡିରେ ରୂପା ଅଳଙ୍କାର ଧରି ନିଜ ଗ୍ରାମରୁ ବ୍ଯବସାୟ ପାଇଁ ସକାଳୁ ବାହାରି ବିଭିନ୍ନ ଗାଁ ବୁଲି ବ୍ୟବସାୟ କରି ଗ୍ରାମକୁ ଫେରୁଥିଲେ। ନିମପଦର ଠାରେ ତିନି ଜଣ ଯୁବକ ବ୍ୟବସାୟୀ ଲୋକନାଥଙ୍କୁ ଅଟକାଇ ଥିଲେ। ସେ ଅଟକିବା ପରେ ତାଙ୍କ ମୁଣ୍ଡରେ ଜଣେ  ଦୁବୃର୍ତ୍ତ ପିସ୍ତଲ ଲଗାଇ ଥିବାବେଳେ ଅନ୍ୟ ଜଣେ ମାଡ଼ମାରି ତାଙ୍କୁ ତଳେ ପକାଇଦେଇଥିଲେ। ଅନ୍ୟ ଜଣକ ଗାଡିରେ ଥିବା ବ୍ୟାଗ୍ ଟିକୁ ବାହାର କରି ନେଇଥିଲେ। ବ୍ୟାଗ୍ ହାତେଇବା ପରେ ଏହି ତିନି ଜଣ ଦୁର୍ବୃତ୍ତ ନିଜର ଏକ ବାଇକ୍ ରେ ବସି ବୋରିପଦର ଦିଗକୁ ପଳାଇଯାଇଥିଲେ। ସେହି ବ୍ୟାଗରେ ସାଢେସାତ କିଲୋ ରୂପା ସହ ବେପାର କରିଥିବା ଛଅ ହଜାର ଟଙ୍କା, କମ୍ପୁଟର ନିକିତି ଓ ଅନ୍ୟାନ୍ୟ ବ୍ୟବସାୟୀକ କାଗଜ ପତ୍ର ଥିବା ଲୋକନାଥ ଜଣାଇଛନ୍ତି। ଦୁବୃର୍ତ୍ତ ମାନେ ରୁମାଲରେ ନିଜ ନିଜର ମୁହଁ ବାନ୍ଧିଥିବାରୁ ଲୋକନାଥ ସେମାନଙ୍କୁ ଚିହ୍ନି ପାରିନଥିଲେ ଓ ତଳେ ପଡି ଭୟଭୀତ ଅବସ୍ଥାରେ ଥିବାରୁ ଦୁବୃର୍ତ୍ତ ମାନଙ୍କ ବାଇକ୍ ନମ୍ଵର ଟିପି ପାରିନଥିଲେ। ତାଙ୍କ ବ୍ୟାଗ ରେ ଥିବା ରୂପା ଅଳଙ୍କାରର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଲୋକନାଥ ଆଜି ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ଥାନାରେ ଏତଲା ଦେଇଥିବା ବେଳେ ଘଟଣାର ତୁରନ୍ତ ତଦନ୍ତ ହେବ ବୋଲି ପୋଲିସ ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.