ଭୁତାଣୁ ଚକ୍ରବ୍ୟୁହରେ ଫସିଗଲେ ଆଉଜଣେ ଅଭିମନ୍ୟୁ

0 1

http://www.youtube.com/watch?v=GlA6c-TZOlc 

 ଗଜପତି ଜିଲ୍ଲାରେ ଆଖି ବୁଜିଲେ ଆଉଜଣେ କୋଭିଡ୍ ଯୋଦ୍ଧା

ଗୋଷାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଦେହାନ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକରେ କାର୍ଯ୍ୟରତ ଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଗତକାଲି (ବୁଧବାର ଦିନ) ସକାଳ ୧୧ ଟା ସମୟରେ ଦେହାନ୍ତ ହୋଇ ଯାଇଛି । ଗତ ୨୬ ତାରିଖରେ କୋଭିଡ୍ ପଜିଟିଭ ଆସିଥିବାରୁ ତାଙ୍କୁ ଆର୍. ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲରେ ପ୍ରଥମେ ଚିକିତ୍ସିତ ହେଉଥିଲେ । ତା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ  ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଦୀର୍ଘ ୧୦ ଦିନ ହେଲା ଚିକିତ୍ସିତ ହେଉଥିଲେ । ସମସ୍ତ ପ୍ରକାର ଚିକିତ୍ସା ଓ ଚେଷ୍ଟା ସତ୍ତ୍ୱେ ତାଙ୍କର ଗତ କାଲି ୧୧ଟା ସମୟରେ ଦେହାନ୍ତ ହୋଇଯାଇଛି ।ସେ ଆଗ ଧାଡିର ଜଣେ କୋଭିଡ୍ ଯୋଦ୍ଧା ଥିଲେ ।ସେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱ ତୁଲାଉ ଥିଲେ ।ବ୍ରହ୍ମପୁର ଠାରେ ଗାର୍ଡ ଅଫ ଅନର୍ ଦିଆଯାଇ କୋଭିଡ୍ ଯୋଦ୍ଧା ଅଭିମନ୍ୟୁ ସାହୁଙ୍କ ଅନ୍ତିମ ସଂସ୍କାର କରାଯାଇ ଥିଲା । ତାଙ୍କର ଅନ୍ତିମ ସଂସ୍କାର ବେଳେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ , ଗଜପତି ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ବ୍ରହ୍ମପୁର ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.