ପାଇକମାଲ :- ଆଜି ପାଇକମାଲ ପଦ୍ମପୁର ରାସ୍ତାରେ ଥିବା ଗୁଏବାହାଲି ଗ୍ରାମର କୁମୁଡ଼ିନାଲା ନିକଟରେ ଥିବା ଏକ ଆମ୍ବ ବଗିଚାର ଏକ ଗଛରେ ଜଣେ ବ୍ୟକ୍ତି ର ମୃତଦେହ ଝୁଲୁଥିବା ଖବର ପାଇ ପାଇକମାଲ ଡ଼ିଏସପି ଶ୍ରୀ ଦିନେଶ ନାଏକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଛି ଅନୁସନ୍ଧାନ ଆରମ୍ଭ କରିଥିଲେ । ମୃତ ଦେହର ସ୍ଥିତି ଦେଖିଲେ ଲାଗୁଥିଲା ଯେ ଏହା ଦୁଇ କିମ୍ଵା ତିନିଦିନ ପୂର୍ବର ଘଟଣା ହୋଇଥିପାରେ । ଆଖପାଖ ଅଞ୍ଚଳର ଲୋକଙ୍କୁ ପଚାରିବା ପରେ ମଧ୍ୟ ମୃତ ବ୍ୟକ୍ତି ର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ପାଇକମାଲ ପୋଲିସ ତରଫରୁ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଜଣାଇବା ସହିତ ମୃତ ବ୍ୟକ୍ତି ବିଷୟରେ ଯଦି କୋଣସି ବ୍ୟକ୍ତି ଜାଣିଛନ୍ତି ତେବେ ଦୟାକରି ପାଇକମାଲ ପୋଲିସ ସହିତ ଯୋଗାଯୋଗ କରିବାକୁ ଡ଼ିଏସପି ଶ୍ରୀ ନାଏକ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.