ମହଙ୍ଗା ପଡିଲା ଗଞ୍ଜେଇ ଗାଡ଼ିରୁ ବଟି ଆଦାୟ : ନିଲମ୍ବିତ ହେଲେ ଏସ୍‌ଆଇ, ବନ୍ଧା ହେଲେ ୨ ହୋମ୍‌ଗାର୍ଡ

0

ମାଲକାନଗିରି / ବି ଶ୍ରୀନିବାସ ପାତ୍ର: ମହଙ୍ଗା ପଡିଲା ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ |ଏସ୍‌ଆଇ ନିଲମ୍ବିତ ଓ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ  | ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ୪ ଦିନ ପୂର୍ବ ରାତିରେ ମୁଦୁଲିପଡା ଥାନା ଏସ୍‌ଆଇ ହରିଶ୍ଚନ୍ଦ୍ର ଗୋଲାରୀ ଓ ଏଏସ୍‌ଆଇ ନାରାୟଣ ମାଝି, ୨ ହୋମ୍‌ଗାର୍ଡ ସୀତାକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରା ଗଞ୍ଜେଇ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇ ତାଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିଲେ। ଏହି ମାମଲାରେ ଶନିବାର ଏସ୍‌ଆଇ ହରିଶ୍ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି। ଏଏସ୍‌ଆଇ ନାରାୟଣଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେ ଫେରାର ଅଛନ୍ତି। ୨ ହୋମ୍‌ଗାର୍ଡ ସୀତାକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରାଙ୍କୁ ଗିରଫ କରାଯାଇଛି। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.