ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ” ରକ୍ତଦାନ ଶିବିର

0

ସପ୍ତାହବ୍ୟାପୀ ଅଭିଯାନର ଉଦଯାପନୀ ଦିବସରେ ସଂଗୃହୀତ ହେଲା ୬୦ ୟୁନିଟ୍ ରକ୍ତ 

ଭୁବନେଶ୍ୱର( ଶାସକ ପ୍ରଶାସକ) : ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ତରଫରୁ ଅଗଷ୍ଟ ୯, କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନୀ ଦିବସରେ  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନମ୍ୱର-୧୨ , ରେଲୱେ ସ୍କୁଲ ପରିସରରେ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିବାବେଳେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା,  ସାଂସଦ ସୁଜିତ୍ କୁମାର, ଓ ଓଡିଶା  ମୋ  ପରିବାର -ଜୀବନ  ବିନ୍ଦୁ ,ଉତ୍ତର ନିର୍ବାଚନ ମଣ୍ଡଳୀ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଏକାମ୍ର ସଂଯୋଜକ ଅଶ୍ଵିନୀ ସୁନ୍ଦରାୟ ଓ ଜୀବନ ବିନ୍ଦୁ ମଧ୍ୟ ସଂଯୋଜକ ନବ କିଶୋର ବେହେରା,ଭୁବନେଶ୍ୱର ବିଜେଡି ମହିଳା ସଭାପତି ନେତ୍ରୀ ଭାରତୀ ସିଂ, ଭୁବନେଶ୍ବର ଉତ୍ତର ବିଜେଡି ସଭାପତି ସୂର୍ଯ୍ୟ କାନ୍ତି ଜେନା, ବିଜେଡି ନେତା ଅମରେଶ ଜେନା, ସମୀର ପ୍ରଧାନ,ସ୍ଥାନୀୟ କର୍ପୋରେଟର ସଞ୍ଜୟ ସେଠୀ  ଅତିଥି ଭାବରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଉତ୍ତରର ସମସ୍ତ କର୍ପୋରେଟର,  ଯୁବବିଜେଡି ନେତା ରାଜ କମାଲ ଜେନା, କିଶୋର ନାୟକ, ଲୋକେଶ କୁମାର, ବାଣୀ କଲ୍ୟାଣ ମହାନ୍ତି, ସୌମ୍ୟ ରଂଜନ ପ୍ରଧାନ, ଅକ୍ଷୟ ସ୍ବାଇଁ, ସମାଜସେବୀ ବଦ୍ରୀ ନାରାୟଣ ମିଶ୍ର, ସ୍ଥାନୀୟ ବିଜୁ ଯୁବବାହିନୀ ସଦସ୍ୟ, ସ୍କୁଲର ଶିକ୍ଷକ ଓ ବୁଦ୍ଧିଜିବୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ   । ଏହି ରକ୍ତ ଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା ବୋଲି ଓଡ଼ିଶା ମୋ ପରିବାର -ଜୀବନ ବିନ୍ଦୁ ଉତ୍ତର ନିର୍ବାଚନ ମଣ୍ଡଳୀ ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।

Leave A Reply

Your email address will not be published.