ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଅଞ୍ଚଳର ଜଣାଶୁଣା ବିଜେଡି କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। | ଶ୍ରୀ ଶର୍ମା ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଭୁବନେଶ୍ବରର କୌଣସି ଏକ ଚିକିତ୍ସାଳୟରେ ହେଉଥିଲା ବୋଲି ପରିବାରର ସଦସ୍ୟ ସୂଚନା ଦେଇଥିଲେ। ସେ ଝାରସୁଗୁଡ଼ା ବିଜେପି ସହ ଅନେକ ଦିନରୁ ଜଡ଼ିତ ଥିଲେ। ଏହାବ୍ୟତୀତ ବିଭିନ୍ନ ସଂସ୍ଥା ସହ ମଧ୍ୟ ତାଙ୍କର ସଂପର୍କ ରହିଥିଲା। ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ କାଉନସିଲର ଭାବରେ ସେ କାର୍ଯ୍ୟ ତୁଲାଇଥିଲେ। ଏହାବ୍ୟତୀତ ବ୍ରାହ୍ମଣ ସମାଜର ସଭାପତି, ଗୋଶାଳା ସମିତିର ସ୍ଥାୟୀ ସଦସ୍ୟ ତଥା ଉପସଭାପତି, ଶ୍ୟାମ ଭଜନ ମଣ୍ଡଳୀର ସଂସ୍ଥାପକ, ଶ୍ୟାମ ଦରବାର ସାମାଜିକ କର୍ମୀ, ସିଂହବାହିନୀ ସାଂସ୍କୃତିକ ସଂଘର ସଂସ୍ଥାପକ ଭାବରେ ସେ ଦାୟୀତ୍ୱ ତୁଲାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post